‘ବିଲ୍ଡରସ୍ ଅଫିସ ଯିବାକୁ ଡାକିନେଇ ଜୋର ଜବରଦସ୍ତି ବିଜେପି କର୍ମୀ ସଜାଇଲେ’

1 min read

ପିପିଲି: ବିଲ୍ଡରସ ଅଫିସ ଯିବାକୁ କହି ଘରୁ ଡାକିନେଲେ, ଆଉ ଘରୁ ଯିବା ପରେ ଜୋର ଜବରଦସ୍ତ ବିଜେପି କର୍ମୀ ସଜେଇଦେଲେ । ଏହି ଘଟଣା ଏବେ ପିପିଲିରେ ଚର୍ଚ୍ଚାର ବିଷୟ ହେବା ପରେ ପଦାରେ ପଡିଛି ବିଜେପିର ଶସ୍ତା ରାଜନୀତି । ପିପିଲି ନିର୍ବାଚନ ମଣ୍ଡଳୀର ପମସରା ପଞ୍ଚାୟତର ଜଣେ ବିଜେପି କର୍ମୀ ଜାମିନିକାନ୍ତ ପ୍ରଧାନ ସେହି ଗାଁର ସଞ୍ଜୟ ଦାଶଙ୍କୁ ଘରୁ ବିଲ୍ଡରସ କାମରେ ଭୁବନେଶ୍ବର ଯିବାକୁ କହି ଡାକି ନେଇଥିଲେ । ସଞ୍ଜୟଙ୍କୁ ବିଜେପିର ଭୁବନେଶ୍ୱର ମଧ୍ୟ କାର୍ଯ୍ୟାଳୟକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ବେକରେ ଉତ୍ତରୀୟ ଓ ଟୋପି ପିନ୍ଧାଇ ତାଙ୍କୁ ବିଜେପି କର୍ମୀ ସଜେଇ ଦେଇଥିଲେ । ଏହି ଭଳି ମିଛ ଘଟଣାକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଜଗନ୍ନାଥ ପ୍ରଧାନ ଶୁଖିଲା ବାହାସ୍ପୋଟ ମାରୁଥିବା ବେଳେ ସଞ୍ଜୟଙ୍କ ମୁହଁରୁ ଘଟଣାର ସତ ଜଣାପଡିଛି । ପିପିଲିରେ ବିଜେପିର ଏହି ହୀନ ରାଜନୀତି ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ବିରପୁରୁଷୋତ୍ତମ ପଞ୍ଚାୟତରେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା । ମହିଳା ଗୋଷ୍ଠୀ ବୈଠକ ହେଉଛି କହି ଘରୁ ଡାକିନେଇ ୧୦ଜଣ ମହିଳାଙ୍କୁ ବିଜେପି କର୍ମୀ ସଜେଇ ଦେଇଥିଲେ ବିଜେପି ନେତା ।
ଯାହାର ଉଚିତ ଜବାବ ଦେଇ ଗଣମାଧ୍ୟମ ଆଗରେ ବିଜେପିର ଚକ୍ରାନ୍ତକୁ ଖୁଲାସା କରିଥିଲେ ସମ୍ପୃକ୍ତ ମହିଳା ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ୱକେଶନ ହରିଚନ୍ଦନ

Leave a Reply