ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବନେଶ୍ୱର:  ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର । ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି । ଆଜି ତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ଭଲ ପାଉଥିବା ଦର୍ଶକଙ୍କ ଗହଳି ଲାଗି ରହିଛି  ।

ରାଜ୍ୟର ଜଣେ ପରିଚିତ ଅଭିନେତା ପିଣ୍ଟୁ ନନ୍ଦ  ।  ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା । ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।