ଜଗା ଦର୍ଶନ ପରେ ଶେଷ ଯାତ୍ରା: ଦୁର୍ଘଟଣାରେ ମହାରାଷ୍ଟ୍ର ପର୍ଯ୍ୟଟକ ମୃତ

ବରଗଡ଼: ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ପର୍ଯ୍ୟଟକ ବସ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ । ଅନ୍ୟ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ରାତି ଗୋଟାଏ ବେଳେ ରାସ୍ତାକଡରେ ତୀର୍ଥଯାତ୍ରୀ ବସ୍ ଅଟକିଥିଲା । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସି ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକ ମୁତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ବରଗଡ଼ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବସରେ ମୋଟ୍ ୪୫ ଜଣ ଯାତ୍ରୀ ଥିଲେ ।