୨୦୦୦ରୁ ୨୦୧୯: ପାଞ୍ଚ ଫଟୋରେ ୨୦ ବର୍ଷର କାହାଣୀ

୧. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ଆଉ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ ନବୀନ । ତତ୍କାଳୀନ ରାଜ୍ୟପାଳ ଏମ୍.ଏମ୍‌ ରାଜେନ୍ଦ୍ରନ୍‌ ତାଙ୍କୁ ଶପଥ ପାଠ କରାଇଥିଲେ ।

୨. ୨୦୦୪ ମସିହାରେ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜୁ ଜନତା ଦଳ ଏବଂ ଦ୍ୱିତୀୟ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀଭାବେ ଶପଥ ପାଠ କରିଥିଲେ ନବୀନ । ଏବଂ ଶପଥ ପାଠ କରାଇଥିଲେ ତତ୍କାଳୀନ ରାଜ୍ୟପାଳ ଏମ୍.ଏମ୍‌ ରାଜେନ୍ଦ୍ରନ ।

୩. ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏକାକୀ ନିର୍ବାଚନ ଲଢ଼ିଥିଲା ବିଜୁ ଜନତା ଦଳ । ଆଉ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେଡି ଏବଂ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ର କାନ୍ତ ଭଣ୍ଡାରେ ।

୪. ୨୦୧୪ରେ ସାରା ଦେଶରେ ଦେଖିବାକୁ ମିଳିଥିଲା ପ୍ରବଳ ମୋଦି ହାଓ୍ୱା । ଏହା ସତ୍ତ୍ୱେ ଓଡ଼ିଶାରେ ଅକ୍ଷୁର୍ଣ୍ଣ ରହିଥିଲା ନବୀନଙ୍କ ଲୋକପ୍ରିୟତା । ରେକର୍ଡ ସଂଖ୍ୟକ ବିଧାନସଭା ଆସନ ଜିତି ସରକାର ଗଢ଼ିଥିଲା ବିଜୁ ଜନତା ଦଳ । ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ଏସ୍‌.ସି ଜମିର ।

୫. ପ୍ରବଳ ପ୍ରଚେଷ୍ଟା ସତ୍ତ୍ୱେ ୨୦୧୯ରେ ବିଜେପିର ଓଡ଼ିଶା ଦଖଲ ମିଶନ ଫେଲ ମାରିଥିଲା । ମୋଟ ୧୧୨ଟି ବିଧାନସଭା ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କଲା ବିଜେଡି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଏବଂ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ।

Leave a Reply