ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଡିଜେଲ ଦର

Petrol And Diesel Price Down In Odisha After State Reduced VAT

ନୂଆଦିଲ୍ଲୀ: ତେଲ ଦରରେ ନିଆଁ । ପୂର୍ବର ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଡିଜେଲ ଦାମ୍ । ମାତ୍ର ଗୋଟିଏ ଦିନର ବ୍ରେକ୍ ପରେ ତେଲ ଦରରେ ପୁଣଇ ବୃଦ୍ଧି ଯୋଗୁ ଦେଶରେ ପେଟ୍ରୋଲ, ଡିଜେଲ ଦର ଐତିହାସିକ ରେକର୍ଡ କରିଛି । ଦେଶର ବିଭିନ୍ନ ସହରରେ ସେଞ୍ଚୁରୀ ପାର କରିଛି ପେଟ୍ରୋଲ । ଆଜି ପେଟ୍ରୋଲ ଦର ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୨୮ ପଇସା ମହଙ୍ଗା ହୋଇଛି । ଆଜିର ବର୍ଦ୍ଧିତ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୬୩ ଟଙ୍କା ହୋଇଛି । ସେହିପରି ଡିଜେଲ ଲିଟର ପିଛା ୨୮ ପଇସା ବଢ଼ି ୯୫.୭୨ ଟଙ୍କା ହୋଇଛି । ସେହିପରି ରାଜଧାନୀ ଦିଲ୍ଲୀରେ  ପେଟ୍ରୋଲ ଲିଟର ୯୭ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୮୮ଟଙ୍କା ୨୩ ପଇସା ହୋଇଛି ।

ପେଟ୍ରୋଲ ମୂଲ୍ୟ ସାରା ଦେଶରେ ସେଞ୍ଚୁରୀ ମାରିବାକୁ ବସିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସହର ଏବଂ ସହରରେ ଲିଟର ପିଛା ତେଲ ୧୦୦ଟଙ୍କା ଅତିକ୍ରମ କରିସାରିଛି । ଯଦିଓ ସୋମବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିପାରିନାହିଁ । ଗତ ସପ୍ତାହରେ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାରରେ ତୈଳ ଦର ବୃଦ୍ଧି ହୋଇଛି । ଗତ ସପ୍ତାହର ଚାରି ଦିନ ପୂର୍ବରୁ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା।

ମେ ୧ ଠାରୁ ଏପର୍ଯ୍ୟନ୍ତ ୨୮ ଦିନ ହେବ ତେଲ ଦର ବୃଦ୍ଧି ପାଇବାର ଲାଗିଛି । ୨୫ ଦିନ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏହି ସମୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୧୮ ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ଡିଜେଲ ୭.୪୫ ଟଙ୍କାକୁ ବୃଦ୍ଧି ପାଇଛି ।

Leave a Reply