ସିକ୍କିମ ବନ୍ୟାରେ ଭାସିଥିଲେ, ବାଂଲାଦେଶରୁ ଉଦ୍ଧାର ହେଲେ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ସୀମାନ୍ତ ବାଂଲାଦେଶର ଲାଲମୁନିରହାଟ ଅଂଚଳରୁ ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ସିକ୍କିମ ତିସ୍ତା ନଦୀରେ ଆସିଥିବା ବନ୍ୟାରେ ଭାସି ଆସି ବାଂଲାଦେଶ ଅଂଚଳରୁ ଚାଲି ଆସିଥିଲା ଦୁଇ ମୃତଦେହ । ସିକ୍କିମର ହରପା ବନ ଅଂଚଳରୁ ଏହି ଦୁଇ ମୃତଦେହ ଭାସି ଆସିଥିଲା । ସିକ୍କିମର ଗୀତାଲଦାହ ଅଂଚଳରୁ ମୃତଦେହ ଆସି ବାଂଲାଦେଶର ଲାଲମୁନିରହାଟ ଥାନା ଅଂଚଳରେ ତିସ୍ତା ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ସିକ୍କିମ ସୀମାରେ ମୁତୟନ ବିଏସଏଫ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ । ଏହାପରେ ଗତକାଲି ଉଭୟ ଭାରତର ବିଏସଏଫ୍ ଓ ବାଂଲାଦେଶର ବର୍ଡର ଗାର୍ଡ ମଧ୍ୟରେ ଫ୍ଲାଗ୍ ମିଟିଂ ବସିଥିଲା । ଏଥିରେ ଦୁଇ ମୃତଦେହକୁ ଭାରତ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ବାଂଲାଦେଶ କର୍ତ୍ତୃପକ୍ଷ । ବିଏସଏଫ୍ ୯୦ ବାଟାଲିୟନର କର୍ତ୍ତୃପକ୍ଷଙ୍କୁ ଦୁଇ ମୃତଦେହ ହସ୍ତାନ୍ତର କରିଥିଲେ ।ବୈଠକରେ ବାଂଲଦେଶ ଏବଂ ପଶ୍ଚିମବଂଗର ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିଲା ମୃତଦେହର ପରିଚୟ ସ୍ପଷ୍ଟ ହୋଇପାରିନି।

ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ବହୁ କ୍ଷୟକ୍ଷତି ହୋଇଛି । ଭାରତୀୟ ଯବାନମାନେ ଭାସି ଯାଇଥିଲେ । ଯେଉଁଥିରେ ଜଣେ ଓଡ଼ିଆ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଯବାନଙ୍କ ବ୍ୟବତି ବହୁ ସାଧାରଣ ଲୋକ ମଧ୍ୟ ଭାସି ଯାଇଥିବା ଖୁହାଯାଉଛି । ରାଜ୍ୟରେ ବହୁ କ୍ଷୟକ୍ଷତି ହୋଇଛି । ସେପଟେ ଓଡ଼ିଶାର ସିକ୍କିମ୍ ବନ୍ୟାରେ ୩ଜଣ ଓଡ଼ିଆ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ଢେଙ୍କାନାଳ ସିମିନାଇ ଅଞ୍ଚଳର । ଚନ୍ଦ୍ରଶେଖର ସିଂ ନାମକ ଯୁବକ ନିଜ ଭାଇ ଭଉଣୀଙ୍କ ସହ ଏକ ୭ଜଣିଆ ଗ୍ରୁପରେ୍ ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇଥିଲେ । ମଙ୍ଗଳବାର ରାତିରୁ ପରିବାର ଲୋକେ ଏମାନଙ୍କ ସହ ଯୋଗାଯୋଗ କରିପାରୁନାହାଁନ୍ତି । ନିଖୋଜମାନଙ୍କୁ ଖୋଜି ଆଣିବାକୁ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏନେଇ ଢେଙ୍କାନାଳ ଏସପି ଗ୍ୟାଙ୍ଗଟକ୍ ପୋଲିସ ସହ ଯୋଗାଯୋଗ କରିଥିବା ଜଣାପଡିଛି । ମଙ୍ଗଳବାର ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।