ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ: ଜିଲ୍ଲାପାଳଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାରିପଦା: ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ  । ଏ ନେଇ ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ କୁଳିଅଣା ବ୍ଲକ ଭଗବାନପୁର ଠାରେ ଘଟିଛି ଏହି ଅଭାବନୀୟ ଘଟଣା । ଭଗବାନପୁର ଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି କରିଆସୁଥିଲେ ଗ୍ରାମବାସୀ  । ଏହି ମାମଲା ହାଇକୋର୍ଟକୁ ଯାଇଥିଲା  । ହେଲେ  ନୂଆଗାଁରେ  କାର୍ଯ୍ୟଳୟ ସ୍ଥାପନ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା  । ଏହାକୁ ବିରୋଧ କରି ଆଜି ଭଗବାନପୁରବାସୀ ରାସ୍ତା ଅବରୋଧ କରିଥିଲେ  ।

ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିଦେଇଛନ୍ତି ଆନ୍ଦୋନକାରୀ  । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ଢେଲାମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଜିଲ୍ଲାପାଳଙ୍କୁ ଅଟକ ରଖିଥିବା ସୂଚନା ରହିଛି  । ଏସପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି  । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଫାଣ୍ଡି ଆଗରେ ଡ୍ରାଇଭରଙ୍କୁ ଆଣ୍ଠେଇଲେ ବସ୍ ମାଲିକ, ଜାଣନ୍ତୁ କାହିଁକି