କେନ୍ଦ୍ରମନ୍ତ୍ରୀଙ୍କୁ ଫସଲ ବୀମା ଓ ରେଳଲାଇନକୁ ନେଇ ପ୍ରଶ୍ନ କରିବେ ପଦମପୁରବାସୀ

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ପ୍ରଚାର ପାଇଁ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀ ପଦମପୁରରେ ପ୍ରଚାର କରିବେ । ଉଭୟଙ୍କୁ ସମସ୍ୟା ଓ ଅବହେଳା ନେଇ ପ୍ରଶ୍ନ ପଚାରିବାକୁ ଅପେକ୍ଷାରେ ରହିଛନ୍ତି ପଦମପୁରବାସୀ । ପଦମପୁର ରେଳଲାଇନ କାହିଁକି ଅଟକାଯାଇଛି ସେନେଇ ପ୍ରଶ୍ନ କରିବେ ଅଞ୍ଚଳବାସୀ । ଏହା ସହିତ ଫସଲ ବୀମାକୁ କେନ୍ଦ୍ର କାହିଁକି ଅଟକାଇ ରଖିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାପ ଓ ଚାଷୀଙ୍କ କ୍ରୋଧକୁ ଦେଖିବାକୁ ପରେ ଏହାକୁ ମଞ୍ଜୁର କରାଗଲା ।

ସେନେଇ କୃଷିମନ୍ତ୍ରୀଙ୍କ ଠାରୁ ଉତ୍ତର ଅପେକ୍ଷାରେ ଚାଷୀ । ଏହାଛଡ଼ା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ବୃଦ୍ଧି ହେଉନି । ଏମଏସପି ୨୯୩୦ଟଙ୍କା କରିବାକୁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ହେବା ପରେ ବି ଏପର୍ଯ୍ୟନ୍ତ କାହିଁକି ଧାର୍ଯ୍ୟ ହୋଇପାରୁନି ସେନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବ । ଏହାବ୍ୟତୀତ ନିଜର ଦୁଃଖ ବଖାଣିବେ କେନ୍ଦୁପତ୍ର ତୋଳାଳି । କେନ୍ଦୁପତ୍ର ଉପରେ କାହିଁକି ୧୮ପ୍ରତିଶତ ଜିଏସଟି ଲାଗୁ ହୋଇଛି ବୋଲି ପ୍ରଶ୍ନ କରାଯିବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସଂଜୟ ବାବୁ ।