ରବିବାର ଶିତୁଆ ସକାଳରେ ପଥୋତ୍ସବ ମଜା, ଦୁଲୁକିଲା ଶିଖରଚଣ୍ଡୀ-ଇନଫୋସିଟି ଛକ

1 min read

ଭୁବନେଶ୍ବର: ରାଜଧାନୀରେ ପଥୋତ୍ସବ । ଶିତୁଆ ସକାଳରେ ନାଚ, ଗୀତର ଆସର ଭିତରେ ମଜା ନେଉଛନ୍ତି ରାଜଧାନୀବାସୀ । ନୂଆବର୍ଷର ପ୍ରଥମ ପଥୋତ୍ସବ ଶିଖରଚଣ୍ଡୀ-ଇନଫୋସିଟି ଅଞ୍ଚଳରେ ଅନୁଷ୍ଠିତ ହେଉଛି । ପଥୋତ୍ସବରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଖିବାକୁ ମିଳୁଥିବା ବେଳେ ଜମିଛି ନାଚ, ଗୀତର ଆସର ।

ନୃତ୍ୟ, ଗୀତରେ ଦୁଲୁକିଛି ଶିଖରଚଣ୍ଡୀ-ଇନଫୋସିସ୍ ରାସ୍ତା । ନବବର୍ଷ ୨୦୨୪କୁ ଅଭିନନ୍ଦନ ଜଣାଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ପଥୋତ୍ସବ । ଶୀତୁଆ ସକାଳରେ ମତୁଆଲ୍ଲା ହୋଇଛନ୍ତି ଭୁବନେଶ୍ବର ବାସିନ୍ଦା । ସତ୍ୟଜିତ୍ ପ୍ରଧାନ ଓ ପ୍ରଜ୍ଞା ହୋତାଙ୍କ ଗୀତର ତାଳେ ତାଳେ ଝୁମିଛନ୍ତି ଦର୍ଶକ । ସିଜଲର୍ସ ଡ୍ୟାନ୍ସ ଗ୍ରୁପ ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଜଲଓ୍ବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ବିଟ୍ ବଜିଂ, ଗୀଟାରିଷ୍ଟ, କମେଡି, ଜୁମ୍ବା, ଯୋଗ, ତୀର ଚାଳନା, ବାସ୍କେଟ ବଲ୍‌, ବ୍ୟାଡମିଣ୍ଟନ, ସ୍ଲାଇଡ୍, ସାପ-ସିଡି ଖେଳ, ବେଲୁନ୍ ସୁଟିଂ, କ୍ରିକେଟ୍, ସାଇକେଲ ଚାଳନା, ଝୋଟି ବା ରଙ୍ଗୋଲି, ଚିତ୍ରାଙ୍କନ, କ୍ଲେ ମଡେଲିଂ, ମେହେନ୍ଦି ଇତ୍ୟାଦିର ମଜ୍ଜା ନେଇଛନ୍ତି ମହାନଗର ନିଗମ ବାସିନ୍ଦା ।

ପଥୋତ୍ସବର ବିଶେଷ ଆକର୍ଷଣ ଥିଲା ପେପର ଡ୍ରେସ ରାମ୍ପ ଶୋ’, ସବୁଠାରୁ ଡେଙ୍ଗା ମଣିଷ ଓ ସ୍କେଟିଂ । ପଥୋତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେବା ସହ ଶୀତୁଆ ସକାଳର ପରିବେଶକୁ ଉପଭୋଗ କରି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛି ବିଏମସି ।