କାଳୀପୂଜା ପାଇଁ ଭଦ୍ରକ ସହର ଉତ୍ସବ ମୁଖର
1 min readଐତିହାସିକ ଭଦ୍ରକ କାଳୀପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଭଦ୍ରକ ସହର। ଚଳଚଞ୍ଚଳ ହୋଇଉଠିଛି ଚରମ୍ପା ବଜ଼ାର। ଆଉ ଜାକଜମକ ଆତ୍କୃଷ୍ଟ କରୁଛି ଲୋକଙ୍କୁ । ତେଣୁ ପୂଜା ଗହଳି ବଢ଼ିବାରେ ଲାଗିଛି । ଚରମ୍ପା ଷ୍ଟେସନ କାଳୀ, ପିଡବ୍ଲୁଡି, ଡଗରାସାହି, ପଥରକାଳୀ,ଏରେଇ,ହାଇସ୍କୁଲ ପଡ଼ିଆ,ରାଜଘାଟ ଓ ବିଶାଣୀଖରିଦାରେ ଆକର୍ଷଣୀୟ ମୂର୍ତ୍ତି ବେଶ ଆକର୍ଷିତ କରୁଛି ଶ୍ରଦ୍ଧାଳୁଙ୍କୁ। ମୁଖ୍ୟତଃ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିଛି ପୂଜା ମଣ୍ଡପରେ ନିର୍ମିତ ହୋଇଥିବା ବିଭିନ୍ନ ସାମାଜିକ, ପୌରାଣିକ ମୂର୍ତ୍ତି । ଯାହାକି ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିଛି ।
ଐତିହାସିକ ଭଦ୍ରକ କାଳୀପୂଜା ଦେଖିବା ପାଇଁ ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକରେ ଝଲସି ଉଠିଛି ସମଗ୍ର ଭଦ୍ରକ ସହର । ବାହାରୁ ଆସୁଥିବା ଭକ୍ତଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ସୁନ୍ଦର ମୂର୍ତ୍ତି ସହିତ ଆଧୁନିକ ଓ ପୌରାଣିକ ପରମ୍ପରାର ବାରୁଆଳୀ ନିର୍ମିତ କରାଯାଇଛି । ୧୯୩୮ ମସିହାରୁ ପ୍ରଥମେ ଆରମ୍ଭ ହୋଇଥିବା ପଥରକାଳୀ ସ୍ଥାୟୀ ମନ୍ଦିରରେ ପୂଜାପାଇ ଆସୁଥିବା ବେଳେ ବାକି ପୂଜା ମଣ୍ଡପମାନଙ୍କରେ ମାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇଥାନ୍ତି ।
ସେହିପରି କାଳୀପୂଜାରେ ଲୋକଙ୍କ ଭିଡ ବଢିଚାଲିଥିବା ବେଳେ ଛୋଟ ଛୋଟ ପିଲାଙ୍କ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମଣ୍ଡପରେ ମିନାବଜାର ସାଙ୍ଗକୁ ରାମଦୋଳି ଓ ବ୍ରେକଡାନ୍ସକୁ ବେଶ ଉପଭୋଗ କରୁଛନ୍ତି କୁନି ପିଲାମାନେ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଦୋକାନୀଙ୍କ ଭିଡ଼ ଦେଖିବାକୁ ମିଳିଛି ଏହି କାଳୀପୁଜାରେ । କେବଳ ଭଦ୍ରକ ଜିଲ୍ଲା ନୁହେଁ ବାହାର ରାଜ୍ୟରୁ ମଧ୍ୟ ଭକ୍ତ ମାନଙ୍କ ସୁଅ ଛୁଟିଛି ଚରମ୍ପା କାଳୀ ଦେଖିବାକୁ । ବୁଲା ବୁଲି ସହ ବିଭିନ୍ନ ସୁସ୍ୱାଦୁ ଖାଇବା ମଜା ନେଉଛନ୍ତି ଶ୍ରଦ୍ଧାଳୁ ।
ଏହି ସାର୍ବଜନୀନ କାଳୀପୁଜାରେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ')}