ଘରେ ବୋର୍ ହେଲେଣି ଲୋକେ, ଏବେ ଅଫିସ୍ ଫେରିବାକୁ ଚାହୁଁଛନ୍ତି

People Becoming Bored At Home Feel Safe Returning To Office Deloitte Survey

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ କାର୍ଯ୍ୟଶୈଳୀ ବଦଳି ଯାଇଛି । ଅଫିସରେ ବସି ହେଉଥିବା କାମ ଡ୍ରଇଂ ରୁମରୁ ହେଉଛି । ଘରୁ ଅଫିସ୍ କାମ କରୁଥିବା ଲୋକ ଏବେ ବୋର୍ ହେଲେଣି । ଡେଲୋଇଟି ସର୍ଭେ ମୁତାବକ, ଅଧିକାଂଶ ଲୋକ ଅଫିସକୁ ଫେରିଯିବାକୁ ଚାହୁଁଛନ୍ତି ।

ସର୍ଭେ ଅନୁସାରେ, ୮୪ ପ୍ରତିଶତ ଲୋକ ବର୍ତ୍ତମାନ ସ୍ଥିତିରେ ଅଫିସ୍ ଫେରିବାକୁ ଇଛୁକ । ଏବେର ସ୍ଥିତିକୁ ସେମାନେ ସୁରକ୍ଷିତ ଭାବୁଛନ୍ତି ଏବଂ ଅଫିସ୍ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସର୍ଭେରୁ ଜଣାପଡ଼ିଛି ୬୦ ପ୍ରତିଶତ ଲୋକ ସାମ୍ନାସାମ୍ନି ବସି ବୈଠକ, ଆଲୋଚନା ଓ ଅନ୍ୟ ଇଭେଣ୍ଟ ପାଇଁ ଆଗ୍ରହୀ । ଅର୍ଥାତ୍ ଭିଡିଓ କଲରେ ମିଟିଂ ଆଟେଣ୍ଡ କରିବାକୁ ମଜା ଲାଗୁ ନାହିଁ ।

ଦ୍ରୁତଗତିରେ ଟିକାକରଣ ଯୋଗୁଁ ଅଫିସ୍ ଯିବା ପାଇଁ ଲୋକ ମନ ବଳାଉଥିବା ସର୍ଭେରେ କୁହାଯାଇଛି । ଡେଲୋଇଟି ଅଗଷ୍ଟ ମାସରେ ୧୦୦୦ ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲା । ଏହି ରିପୋର୍ଟର ଶୀଷର୍କ ଗ୍ଲୋବାଲ ଷ୍ଟେଟ ଅଫ୍ କଞ୍ଜୁମର ଟ୍ରାକର ରଖାଯାଇଛି । ଲୋକ ଅଫିସ୍ ଫେରିବାକୁ ଚାହୁଁଥିବା ବେଳେ ସାଧାରଣ ପରିବହନ ବ୍ୟବସ୍ଥା କମ୍ ବ୍ୟବହାର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Leave a Reply