spot_img

Latest Posts

ରାସ୍ତା ସାରା ମୃତ୍ୟୁର ଶିଡ଼ି…

ପଟ୍ଟାମୁଣ୍ଡାଇ: ରାସ୍ତା ସାରା ମୃତ୍ୟୁର ଶିଡ଼ି । ପାଦେ ପାଦେ ବିପଦ । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ- ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା । ରାସ୍ତାର ଦୁରାବସ୍ଥା ପାଇଁ ଘଟୁଛି ଛୋଟବଡ଼ ଦୁର୍ଘଟଣା । ହେଲେ ବାରମ୍ବାର ଅଭିଯୋଗ ସତ୍ତ୍ଵେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ରାସ୍ତା ସାରା ବଡ଼ବଡ଼ ଗର୍ତ୍ତ । ତା ଭିତରେ ଜମି ରହିଛି ପାଣି । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ- ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା । ଏହି ରାସ୍ତା ରାଜନଗର ସହ ବିଶ୍ଵ ପ୍ରସିଦ୍ଧ ଭିତରକନିକାକୁ ସଂଯୋଗ କରୁଛି । ପ୍ରତିଦିନ ହଜାର ହଜାର ଲୋକେ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି । ହେଲେ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁର୍ଘଟଣା ବି ଘଟୁଛି ।

ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି । ହେଲେ ଫଳ ଶୂନ୍ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ବିଧାୟକ ସରକାରଙ୍କ ଉପରେ ବର୍ଷିଛନ୍ତି । ଦୁର୍ଗାପୂଜା ଆଗରୁ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି । ପରେ ଶହେ କୋଟି ବ୍ୟୟରେ ନୂତନ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି । କେବେ ବ୍ରାହ୍ମଣୀ ଘେରିବନ୍ଧ ରାସ୍ତାର ହେଉଛି ମରାମତି ? କେବେ ସୁବିଧାରେ ଯାଆସ କରୁଛନ୍ତି ଲୋକେ ? ତାକୁ ହିଁ ଅପେକ୍ଷା ।

Latest Posts

Don't Miss