ବିରଳ ବମ୍ବେ ଫେନୋଟାଇପ ବ୍ଲଡ ଗ୍ରୁପ…

ଭୁବନେଶ୍ୱର: ଆପଣଙ୍କ ବ୍ଲଡ ଗ୍ରୁପ ବି ଅନ୍ୟମାନଙ୍କ ଭଳି ଓ’ପଜିଟିଭ, ଏ’ପଜିଟିଭ , ବି’ପଜିଟିଭ କି ଏବି’ ପଜିଟିଭ କିମ୍ବା ନେଗଟିଭ ହୋଇଥିବ । କିନ୍ତୁ ବମ୍ୱେ ଫେନାଟାଇପ ବ୍ଲଡ ଗ୍ରୁପ ବିଷୟରେ କେବେ ଶୁଣିଛନ୍ତି କି ? ଆମ ଭାରତେର ଏମିତି ଅନେକ ଲୋକ ଅଛନ୍ତି ଯାହାର ବ୍ଲଡ ଗ୍ରୁପ ବମ୍ବେ ଫେନୋଟାଇପ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ରକ୍ତଦାନ କରିଛନ୍ତି ବିରଳ ଡୋନର । ରକ୍ତଦାନ ପାଇଁ ରାଉରେକଲାରୁ ଭୁବେନଶ୍ୱର ଆସିଛନ୍ତି ରକ୍ତଦାତା ।

ବିରଳ ବ୍ଲଡ ଗ୍ରୁପ ଥିବା ବାଲେଶ୍ୱରର ସୁଶାନ୍ତ ବେହେରା ଭୁବନେଶ୍ବରର ଏକ ଘେରାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁଶାନ୍ତଙ୍କ ବିରଳ ବ୍ଲଡ ଗ୍ରୁପ ପାଇଁ ବିଳମ୍ବରେ ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି । ରକ୍ତଦାତା ମିଳିଗେଲ ହାର୍ଟ ଅପେରସନ ହେବ । କିନ୍ତୁ ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ସ୍ତ୍ରୀ ଆଖିରୁ ଲୁହ ଶୁଖୁ ନାହିଁ । ସୁଶାନ୍ତଙ୍କ ବ୍ଲଡ ଗ୍ରୁପ ବମ୍ବେ ଫେନୋଟାଇପ । ବୋଧ ହୁଏ ଆପଣ ଏଭଳି ବ୍ଲଡ ଗ୍ରୁପର ନାଁ ଶୁଣି ନଥିବେ । ହଁ ଏହା ଏକ ବିରଳ ବ୍ଲଡ ଗ୍ରୁପ । ଆମ ଭାରତରେ ୧୦ ହଜାର ଲୋକ ମାନଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ଲୋକ ବମ୍ବେ ଫେନୋଟାଇପ ବ୍ଲଡ ଗ୍ରୁପର ହୋଇଥାନ୍ତି । ସୁଶାନ୍ତଙ୍କର ବି ଏଭଳି ବିରଳ ବ୍ଲଡ ଗ୍ରୁପ ।

ରକ୍ତଦାନ ପାଇଁ ସ୍ବେଛାକୃତ ଭାବେ କାମ କରୁଥିବା ପରିବର୍ତ୍ତନ ଫାଉଣ୍ଡେସନ ଓ କେତେକ ସମାଜସେବୀ ଯୋଗାଡ କଲେ ଏଭଳି କେତେକ ରକ୍ତଦାତାଙ୍କୁ । ଜଣେ ରକ୍ତଦାତା ଭୁବେନଶ୍ୱରର ହୋଇଥିବା ବେଳେ ଆଉ ୨ ଜଣ ରାଉରକେଲାରୁ ଆସି ରକ୍ତ ଦାନ କରିଛନ୍ତି । କେବଳ ଗୋଟିଏ ଫୋନ୍ କଲ ପାଇ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାରି କରି ୩ ଜଣ ରକ୍ତଦାନ କରିଛନ୍ତି । ରାଉରକେଲାର ଉମା ଚରଣ ପୂବର୍ରୁ ୩୨ ଥର ରକ୍ତଦାନ କରିଥିବା ବେଳେ ଭୁବେନଶ୍ୱରର ମାନସ ୧୩ ଥର ରକ୍ତଦାନ କରିସାରିଛନ୍ତି ।

ସ୍ୱାମୀଙ୍କ ପାଇଁ ରକ୍ତଦାନ କରିବାକୁ ଆସିଥିବା ରକ୍ତଦାତାଙ୍କୁ ଦେଖି ଲୁହ ଭରା ଚେହରାରେ ହସ ଫୁଟିଛି । ଦେବ ଦୂତ ସାଜି ରକ୍ତଦାନ କରିବାକୁ ଆସିଛନ୍ତି ୩ ଜଣ ରକ୍ତଦାତା । ସୁଶାନ୍ତଙ୍କ ଭଳି ଏହି ତିନି ଜଣଙ୍କ ବ୍ଲଡ ଗ୍ରୁପ ବି ବିରଳ । ବମ୍ବେ ଫେନାଟାଇପ୍ ବ୍ଲଡ ଗ୍ରୁପ ଥିବା ଏହି ରକ୍ତଦାତା ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ।

ଏହି ବିରଳ ୩ ରକ୍ତଦାତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରକ୍ତଦାତାଙ୍କ ମହତ୍ତ୍ୱ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ସ୍ୱେଛାସେବା ଅନୁଷ୍ଠାନ ଓ ଡାକ୍ତରଖାନା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ବମ୍ବେ ଫେନୋଟାଇପ କଣ ?
୧୯୫୨ ମସିହାରେ ପ୍ରଥମ କରି ବମ୍ବେରେ ଏହା ଚିହ୍ନଟ ହୋଇଥିଲା । ଡାକ୍ତର ୱାଇ ଏମ ଭେଣ୍ଡେ ଏହାକୁ ଚିହ୍ନଟ କରିଥିଲେ । ପ୍ରଥମେ ବମ୍ବେରେ ଏହା ଚିହ୍ନଟ ହୋଇଥିବାରୁ ଏହାର ନାଁ ବମ୍ବେ ଫେନୋଟାଇପ । ଜଣାପଡିଛି ଯେ ମୁମ୍ବାଇରେ ଏହି ଗ୍ରୁପର ଲୋକେ ଅଧିକ ଥାନ୍ତି । କେହି ବମ୍ବେ ଫେନୋଟାଇପ କହୁଥିବାବେଳେ , ଅନେକ ବମ୍ବେୟା ବ୍ଲଡ କହନ୍ତି । ଏହାକୁ HH ବ୍ଲଡ ବି କୁହାଯାଏ । ଆମ ଭାରତରେ ୧୦ ହଜାର ଲୋକ ମାନଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ଲୋକ ବମ୍ବେ ଫେନୋଟାଇପ ବ୍ଲଡ ଗ୍ରୁପର ହୋଇଥାନ୍ତି । ଏହା ଏପରି ଏକ ବ୍ଲଡ ଗ୍ରୁପ ଯାହା ଦକ୍ଷିଣ ଏସିଆରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ ।
ଏହି ଖବର ପଢିଲା ପରେ ଆପଣ ବି ଭାବୁଥିବେ ନା , ଆଉ ଥରେ ନିଜର ବ୍ଲଡ ଗ୍ରୁପ ପରୀକ୍ଷା କରିଦେବାକୁ । ବ୍ଲଡ ଗ୍ରୁପ ପରୀକ୍ଷା କରି ଆପଣ ବି ଜାଣିଯିବେ କି ଏହି ବିରଳ ରକ୍ତଦାତାଙ୍କ ଭଳି ଆପଣଙ୍କ ବ୍ଲଡ ଗ୍ରୁପ ବି ବମ୍ବେ ଫେନୋଟାଇପ ନୁହେଁ ତ । ହୁଏତ ଆପଣ ବି ଆଉ କାହା ଜୀବନରେ ସାଜିପାରନ୍ତି ଦେବଦୂତ ।

:-ଅନୁଜ ଦାସ

')}

Leave a Reply

Your email address will not be published.