ପତଞ୍ଜଳିର ନିମ୍ନମାନର ସୋରିଷ ତେଲକୁ ନେଇ ବିବାଦରେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ । ପୂର୍ବରୁ ଏଲୋପାଥିକ ଔଷଧକୁ ନେଇ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିବା ବେଳେ ତାଙ୍କ କମ୍ପାନୀର ପ୍ରଡକ୍ଟକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବାବା ରାମଦେବ । ରାଜସ୍ଥାନ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଦ୍ୱାରା ନିର୍ମିତ ସୋରିଷ ତେଲର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପତଞ୍ଜଳୀ ଏହି ପ୍ରଡକ୍ଟକୁ ନେଇ ଏବେ କାଠଗଡ଼ାରେ ବାବା ରାମଦେବ । ନିମ୍ନମାନର ସୋରିଷ ତେଲ ପ୍ରସ୍ତୁତ କରୁଥିବା ଅଭିଯୋଗରେ ରାଜସ୍ଥାନରେ ଥିବା ପତଞ୍ଜଳୀ ତେଲ ମିଲ୍ ସିଲ୍ କରାଯାଇଛି । ନିମ୍ନମାନର ତେଲ ବିକ୍ରି କରୁଥିବା ଅଭିଯୋଗରେ ଅଲବର ଜିଲ୍ଲା ପ୍ରଶାସନ ସିଂଘାନିଆ ଅଏଲ ମିଲରେ ଚଢ଼ାଉ କରି ବହୁମାତ୍ରାରେ ତେଲ ପ୍ୟାକେଟ୍ ଜବତ କରିଛନ୍ତି । ଏହାପରେ ମିଲକୁ ସିଲ୍ କରିଦିଆଯାଇଛି ।

ପତଞ୍ଜଳୀର ସୋରିଷ୍ ତେଲ ଅତି ନିମ୍ନମାନର ହୋଇଥିବା ବେଳେ ଗୁଣାବତ୍ତା ଦୃଷ୍ଟିରୁ ଏହା ଖାଦ୍ୟ ଯୋଗ୍ୟ ନୁହେଁ ବୋଲି ରାଜସ୍ଥାନ ସରକାର କହିଛନ୍ତି । ୨୭ ମେ ରେ ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ ପତଞ୍ଜଳି ସୋରିଷ ତେଲକୁ ନେଇ ପରୀକ୍ଷଣ କରାଯାଇଥିଲା ବୋଲି କୁହାଯାଇଛି ।

Leave a Reply