୩୫ ବର୍ଷର ଶୁଆ ମରିଗଲା ପରେ ଏମିତି କଲେ ସତ୍କାର

1 min read

ଜୟପୁର: ଅନେକ ସ୍ନେହ ଶ୍ରଦ୍ଧା ପାଇଥିବା ମଣିଷଟେ ଯେତେ ବେଳେ ଦୁନିଆ ଛାଡ଼ି ଦିଏ ସେତେବେଳେ କାହିଁ କେତେ କୋହ କେତେ ଦୁଃଖ ଯେମିତି ଅଜାଡ଼ି ହୋଇପଡ଼େ । ତାର ସବୁ ଭଲ ମନ୍ଦ କଥା ଯେମିତି ପିଛା ଛାଡ଼େନି ଏବଂ ସେମାନଙ୍କ ଡାକ ଯେମିତି କାନରେ ବାଜୁଥାଏ । ସବୁ କଥାକୁ ମନେ ପକାଇ ପୁରା ପରିବାରରେ ଶୋକର ଛାୟା ଖେଳିଯାଏ । ସବୁ ପରେ ବି ସେଇ ମଣିଷର ଆତ୍ମା ଶାନ୍ତି ପାଇଁ ହିନ୍ଦୁ ପରମ୍ପରାରେ ରୀତିନୀତି ଅନୁସାରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ ।

ଆପଣମାନେ ଭାବୁଥିବେ ଆମେ ଏସବୁ କହିବାର କାରଣ କ’ଣ ଏହାତ ଖୁବ୍ ସାଧାରଣ । କିନ୍ତୁ ଏହି ସାଧାରଣ କଥାରେ ରହିଛି କିଛି ଅସାଧାରଣ କାହଣୀ । ଯାହା ଆପଣଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କରିବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁରର ଉମରକୋଟ ବ୍ଲକ ନୂଆ ସାହି ଅଞ୍ଚଳରେ । ଯେଉଁଠି ହିନ୍ଦୁ ରୀତିନୀତି ଗୋଟିଏ ଶୁଆର ଅନ୍ତିମ ସତ୍କାର କରାଯାଇଛି ।

 

ଆପଣ କ’ଣ କେବେ ଗୋଟିଏ ପୋଶା ପକ୍ଷୀ ମରିଗଲା ପରେ ତାର ଅନ୍ତିମ ସଂସ୍କାର କରିଛନ୍ତି କି ?  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ପୋଷା ଶୁଆକୁ ହୀନ୍ଦୁ ରୀତି ନୀତିରେ ଅନ୍ତେଷ୍ଟି କରାଯାଇଛି ।  ଉମରକୋଟ ବ୍ଲକ ନୂଆ ସାହିର ପ୍ରଭାକର ନାୟକଙ୍କ ବାପା ୧୯୮୪ ମସିହାରେ ଏହି ଶୁଆକୁ ଘରକୁ ଆଣିଥିଲେ  । ମରିବା ବେଳେ ଶୁଆକୁ ୩୫ ବର୍ଷ ହୋଇଥିଲା ।

ଦେହରେ ପର ଲାଗିନଥିବା ବେଳଠୁ ପରିବାରରେ ଆସି ରହିଥିଲା ଏଇ ଶୁଆ ।  ଘରେ ସମସ୍ତେ ଯାହା ଖାଉଥିଲେ ସେଥିରେ ଶୁଆର ଭାଗ ମଧ୍ୟ ରହୁଥିଲା । ତା ଡାକରେ ଘର ସବୁବେଳେ ଉଚ୍ଛୁଳି ପଡ଼ୁଥିଲା । ମଣିଷ ଡାକିଲା ପରି ସମସ୍ତଙ୍କୁ ନା ଧରି ଡାକୁଥିଲା ସିଏ ।  କିନ୍ତୁ ହଠାତ୍ ଗତ କାଲି ରାତିରେ ଶୁଆର ମୃତ୍ୟୁ ହୋଇଥିଲା  । ପରେ ମୃତ ଶୁଆକୁ ହିନ୍ଦୁ ରୀତିନୀତି ଅନୁସାରେ ଦାହ କରାଯାଇଥିଲା ।

  ')}

Leave a Reply