ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରରେ ସାହି ଦାଦାଙ୍କ ରାଜ୍ । ସହରର ଅସ୍ଥାୟି ବସଷ୍ଟାଣ୍ଡରୁ ଭାଇରାଲ ହେଉଛି ଦାଦାଗିରିର ଆଉ ଏକ ଭିଡ଼ିଓ । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି ତଥାପି ସୁଧୁରୁନାହାନ୍ତି ବ୍ରହ୍ମପୁର ଅପରାଧୀ । ସର୍ବସମ୍ମୁଖରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏପରିକି ବିଚ୍ ରାସ୍ତାରେ ଦାଦାବଟି ଦାବି କରିବା ସହ ଆକ୍ରମଣ ଓ ଭଙ୍ଗାରୁଜା କରିବାକୁ ପଛାଉ ନାହାନ୍ତି ।
ପୋଲିସ କାର୍ଯ୍ୟାନୁଷ୍ଠାନକୁ ଯେମିତି ଆଦୌ ଭୟ କି ଖାତିର ବି ନାହିଁ । କିଛି ଯୁବକ ଯାତ୍ରୀବାହୀ ବସକୁ ଅଟକାଇ ବସ କର୍ମଚାରୀଙ୍କୁ ଆକ୍ରମଣ କରିବା, ଗାଳିଗୁଲଜ କରିବା ଧମକ ଦେଇ ଲୋକଙ୍କୁ ଭୟଭୀତ କରିବା ପରି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହାକୁ ନେଇ ବ୍ରହ୍ମପୁର ଅସ୍ଥାୟୀ ବସଷ୍ଟାଣ୍ଡରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ଯାତ୍ରୀ ଓ ବସ ମାଲିକ ଓ କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

