ସାଂସଦ ମିନାକ୍ଷୀ ଲେଖିଙ୍କ ସମେତ କରୋନା କବଳରେ ୧୭ ଏମପି୍
ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୧୭ ସାଂସଦ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଗୃହ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏବେ ଯାଏଁ ହୋଇଥିବା ଟେଷ୍ଟରେ ବିଜେପି ସାଂସଦ ମିନାକ୍ଷୀ ଲେଖି, ଅନନ୍ତ କୁମାର ହେଗଡ଼େ ଓ ପ୍ରବେଶ ସାହିବ ସିଂହ ସମେତ ୧୭ ଜଣ ସାଂସଦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କରୋନା ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଖବୀର ସିଂହ, ପ୍ରତାପ ରାୱ ଯାଦବ, ଜନାର୍ଦ୍ଦନ ସିଂହ, ହନୁମାନ ବେନିୱାଲ, ସେଲଭମ୍ ଜୀ, ପ୍ରତାପ ରାୱ ପାଟିଲ, ରାମଶଙ୍କର କଠେରିୟା, ସତ୍ୟପାଳ ସିଂହଙ୍କ ସମେତ ଅନ୍ୟ ସାଂସଦ ରହିଛନ୍ତି । ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ୧୭ ଜଣ ସାଂସଦଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।
ସଂସଦରେ କରୋନାକୁ ଦୃଷ୍ଟିରେ ରଖି ଲୋକସବା ସଦସ୍ୟଙ୍କ ଟେଷ୍ଟ ୧୩ ଓ ୧୪ ଅଗଷ୍ଟକୁ ସଂସଦ ପରିସରରେ କରାଯାଇଥିଲା । ମହାମାରୀ କରୋନା ବିତରେ ସଂସଦର ଲୋକସଭା କାର୍ଯ୍ୟ ସୋମବାର ସକାଳ ୯ଟାରେ ଆରମ୍ଭ ହୋଇଥିଲା । ସାଂସଦଙ୍କ ଉପସ୍ଥାନ ତରିକା ବଦଳି ଯାଇଛି । ସାଂସଦମାନେ ଆଟେଣ୍ଡାନ୍ସ ରେଜିଷ୍ଟର ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ । ସୋମବାର ସାଂସଦଙ୍କୁ ଏହାର କାର୍ଯ୍ୟକାରୀତା ବିଷୟରେ ଜଣାଇ ଦିଆଯାଇଛି । ଲୋକସଭା ସାଂସଦଙ୍କ ଡେସ୍କ ଆଗରେ କାଚ ସିଲ୍ଡ ଲଗା ଯାଇଛି । ପ୍ରାୟ ସାଂସଦ ବସି କରି ନିଜ ବକ୍ତବ୍ୟ ରଖୁଛନ୍ତି ।