ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଲୋକାର୍ପିତ

1 min read
Parishram Portal Of Labour and Employee's State Insurance Department Inauguraes

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପରିଶ୍ରମ ପୋର୍ଟାଲ ଗତ ୧୭ ତାରିଖରେ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧିନରେ ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ସମୁଦାୟ ୫୨ ଗୋଟି ସେବାକୁ ସ୍ୱୟଂଚାଳିତ ପ୍ରକ୍ରିୟା ଦ୍ୱାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୨ଗୋଟି ସେବା ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ ଆଉ ୩୦ଗୋଟି ସେବାର ଲୋକାର୍ପଣ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୫ଗୋଟି ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ୨୨ଟି ସେବା ଆରମ୍ଭ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଗୋଟି ଶ୍ରମ ଆଇନ୍ ଓ ୨ଗୋଟି ନୂତନ ଯୋଜନା ଅଧିନରେ ୩୦ ଗୋଟି ସେବାର ଅନଲାଇନ୍ ଆବେଦନ ତଥା ଅନୁମୋଦନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହାଦ୍ୱାରା ବିଭିନ୍ନ ବୃହତ, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ, ମୋଟର ପରିବହନ, ବିଡି ତିଆରି ଶିଳ୍ପ ଇତ୍ୟାଦିର ନିଯୁକ୍ତିଦାତା, ଶ୍ରମିକ ସଂଗଠନ ଏବଂ ବଏଲର ଅପରେସନ୍ ଇଞ୍ଜିନିୟର ନିମନ୍ତେ ଆବେଦନକାରୀ ଇତ୍ୟାଦି ଅଂଶୀଦାରମାନେ ଖୁବ୍ ସହଜରେ ଆବଶ୍ୟକୀୟ ସେବାଗୁଡ଼ିକ ଉପଲବ୍ଧ କରିପାରିବେ । ଏଥିସହିତ ଶିଳ୍ପ ସଂସ୍ଥାଗୁଡ଼ିକରେ ଛୁଟି ତାଲିକା ଅନୁମୋଦନ, ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବା ଗୁଡ଼ିକୁ ପରିଶ୍ରମ ପୋର୍ଟାଲ ଅଧିନରେ ସରଳୀକୃତ ଇ-ପ୍ରଣାଳୀ ଦ୍ୱାରା ତ୍ୱରାନ୍ୱିତ ଭାବେ ଏବଂ ସ୍ୱଚ୍ଛତାର ସହିତ ଯୋଗାଇ ଦେବା ହେତୁ ଏହା ରାଜ୍ୟରେ ବ୍ୟବସାୟ ସ୍ୱଛନ୍ଦିକରଣକୁ ପ୍ରୋତ୍ସାହିତ କରିବ ।

Parishram Portal Of Labour and Employee's State Insurance Department Inauguraes

ଏବେ ସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧    ୮୫୪ ଗୋଟି ଦରଖାସ୍ତ ଦାଖଲ କରିଛନ୍ତି ଏବଂ ସେଥିରୁ ୧୦୫୭୯ ଗୋଟି ଦରଖାସ୍ତରେ ଆବଶ୍ୟକୀୟ ସେବା ମଞ୍ଜୁର କରାଯାଇଛି । ପରିଶ୍ରମ ପୋର୍ଟାଲରେ ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦିତ ପ୍ରମାଣପତ୍ରକୁ ଦେଖିପାରିବେ । ଏଥିସହିତ ଏହି ପୋର୍ଟାଲ ଏକ ସୁବ୍ୟବସ୍ଥିତ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ, ଯାହାଦ୍ୱାରା ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଆଇନ୍, ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା, ପୈଠର ପରିମାଣ ଇତ୍ୟାଦି ସମ୍ବନ୍ଧରେ ସମସ୍ତ ସୂଚନା ଅଂଶୀଦାରମାନେ ପାଇପାରିବେ ।

ଏହି ପରିଶ୍ରମ ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କାରଖାନା, ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ୱ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱସଂଖ୍ୟକ ଅଂଶୀଦାର ଲାଭ ପାଇପାରିବେ । ଆଜିର ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପ୍ରମୁଖ ଶାସନ ସଚିବ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡ଼ିଶା, ଶ୍ରମ କମିଶନର ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply