ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ମାସ ଜେଲ୍

1 min read

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ ଦେବେ । ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍ ତଥ୍ୟ ଦେଲେ ୬ମାସ ଜେଲ୍ ଦଣ୍ଡ ଭୋଗିବା ସହ ଜରିମାନା ଦେବାକୁ ପଡ଼ିବ । ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଏସବୁ ତଥ୍ୟ ଦେବେ । ଯଦି କୌଣସି ପ୍ରାର୍ଥୀ ସତ୍ୟପାଠରେ ମିଥ୍ୟା ତଥ୍ୟ ପ୍ରଦାନ କରିବେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୬ ମାସ ଜେଲ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବେ ପ୍ରାର୍ଥୀ । ପୂର୍ବରୁ ସତ୍ୟପାଠ ଦାଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା  ଆଣିବାକୁ ରାଜ୍ୟ ସରକାର ପଞ୍ଚାୟତ ଆଇନର ସଂଶୋଧନ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ଏନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ- ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ- ୧୯୫୯, ଜିଲ୍ଲା ପରିଷଦ ଆଇନ- ୧୯୯୧ ସଂଶୋଧନ କରାଯିବ । ଏହାସହ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଅଧ୍ୟାଦେଶରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଭିମସାରରେ ପୁଣି ୨ଜଣ ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

 

Leave a Reply