ଦ୍ବନ୍ଦ୍ବ ହେଲା ଦୂର, ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି

ଭୁବନେଶ୍ବର: ଦ୍ବନ୍ଦ୍ବ ହେଲା ଦୂର । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ଦିନ । ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି । ୧୩ଦିନିଆ ଅଣସର ନୀତି ପାଳନ କରାଯିବାକୁ ବୌଠକରେ ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ନେଇ ବିଭିନ୍ନ ପାଞ୍ଜିରେ ଅମେଳକ ଓ ଦ୍ୱନ୍ଦ୍ୱ ଦୂର ହୋଇଛି।ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ପାଞ୍ଜି ସମୀକ୍ଷା ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି।ଏପ୍ରିଲ ୧୪ ରେ ହିଁ ଶ୍ରୀମନ୍ଦିରରେ ପାଳିତ ହେବ ପଣା ସଂକ୍ରାନ୍ତି।ଏଥିସହ ୧୩ ଦିନିଆ ଅଣସର ପକ୍ଷ ,୪ ଦିନିଆ ପଞ୍ଚୁକ୍ ଓ ଲକ୍ଷ୍ମୀ ନୃସିଂହ ବେଶ୍ ନ ହେବା ନେଇ ମୋହର ମାରିଛି ପାଞ୍ଜି ସମୀକ୍ଷା ବୈଠକ।