ତାଲିବାନ ପ୍ରସଙ୍ଗରେ ISI ଚିଫଙ୍କ ଉତ୍ତର, ସବୁ କିଛି ଠିକ୍ ହେଇଯିବ…

1 min read

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIର ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଫେଜ୍ ହମିଦ ଶନିବାର ଦିନ କାବୁଲରେ ପହଞ୍ଚିଛନ୍ତି । ଏହି ଅବସରରେ ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ନେଇ ହମିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ସବୁ କିଛି ଠିକ୍ ହେଇଯିବ ।

ପାକିସ୍ତାନର ଏକ ଖବରକାଗଜ ଅନୁଯାୟୀ, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI)ର ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ହମିଦଙ୍କ ନେତୃତ୍ୱରେ  ପାକିସ୍ତାନୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ତାଲିବାନ ସହ ଆଲୋଚନା କରିବା ଲାଗି କାବୁଲରେ ପହଞ୍ଚିଛି । ଏନେଇ ଏକ ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଛି ।

ଯେଉଁଥିରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରୁଥିବାର ନଜର ଆସୁଛି । ଯେଉଁଥିରେ ସେ ହମିଦଙ୍କୁ ପ୍ରଶ୍ନ କରିଛନ୍ତି କ’ଣ ଆପଣ ତାଲିବାନୀଭ୍କ ସହ ବୈଠକରେ ଭାଗ ନେବେ? ଏନେଇ ହମିଦ କହିଥିଲେ, କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ସେ ଆଉ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଚିନ୍ତା କରନ୍ତୁ ନାହିଁ ଆଫଗାନିସ୍ତାନରେ ସବୁ କିଛି ଠିକ୍ ହୋଇଯିବ ।

ରିପୋର୍ଟ ମୁତାବକ, ତାଲିବାନର ନେତୃତ୍ୱ ସମ୍ମୁଖରେ  ପାକିସ୍ତାନ-ଆଫଗାନିସ୍ତାନ ସୁରକ୍ଷା, ଅର୍ଥବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗ ଉଠାଇବେ । ତାଲିବାନ ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ କବଜା କରିଥିଲା । ଯାହା ପରେ ପାକିସ୍ତାନୀ ଅଧିକାରୀ ମାନଙ୍କର ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ବୈଠକ । ତେବେ ତାଲିବାନ ଲଗାତାର ଭାବେ ସରକାର ଗଠନ କରିବା ଲାଗି ଚେଷ୍ଟା କରୁଥିବା ବେଳେ ଏଯାଏଁ ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇନାହିଁ ।

Leave a Reply