ସନ୍ଦେହରେ ଜିପଲାଇନ ଅପରେଟର ! ଆକ୍ରମଣ ପୂର୍ବରୁ ବାରମ୍ବାର ଆଲ୍ହା ହୁ ଅକବରର ଦେଇଥିଲେ ନାରା

1 min read

ନନ୍ଦିଘୋଷ ବ୍ୟୁରୋ: ତିନିଥର ଆହ୍ଲା ହୁ ଆକବର ସ୍ଲୋଗାନ ଏବଂ ଆରମ୍ଭ ହେଲା ଆତଙ୍କୀଙ୍କ ଗୁଳିବର୍ଷଣ। ପହଲଗାଓଁରେ ଜିପଲାଇନ ଅପରେଟର ଏହି ସ୍ଲୋଗାନ ଏବେ ସନ୍ଦେହ ଘେରରେ ରହିଛି । ଗୁଳିମାଡ଼ ଆରମ୍ଭର କିଛି ସେକେଣ୍ଡ ପୂର୍ବରୁ ଆହ୍ଲା ହୁ ଅକବର ନାରା ଦେଇଥିଲା ଏହି ଅପରେଟର । ଏହାପରେ ଆତଙ୍କବାଦୀ ଗୁଳିମାଡ଼ ଆରମ୍ଭ କରିଥିଲେ। ଏହାକୁ ନେଇ ଜିପଲାଇନ ଅପରେଟରକୁ ସମନ କରିଛି NIA । ଜିପଲାଇନରେ ଯିବା ପୂର୍ବରୁ ଏହି ଭିଡିଓ ସୁଟ କରିଥିଲେ ରିଷି ଭଟ୍ଟ ନାମକ ପର୍ଯ୍ୟଟକ। ଜିପଲାଇନ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ଉପରେ ମୋର ଶତ ପ୍ରତିଶତ ସନ୍ଦେହ ହେଉଛି ବୋଲି କହିଛନ୍ତି । ତାଙ୍କ ଆଗରେ ୯ ଜଣ ଲୋକ ଜିପଲାଇନରେ ଯାଇଥିଲେ। ସେ ଏହି ଲୋକମାନଙ୍କୁ ଆରାମରେ ଜିପ୍ ଲାଇନରେ ପଠାଇଥିଲେ। କିନ୍ତୁ ରିଷି ଭଟ୍ଟ ଜିପ୍ ଲାଇନରେ ବାହାରକୁ ଆସିବା ମାତ୍ରେ ବ୍ୟକ୍ତି ଜଣକ ତିନିଥର ଆଲ୍ଲା ହୁ ଅକବର କହିଲେ ଏବଂ ତା’ପରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ପର୍ଯ୍ୟଟକ ରିଷି ଭଟ୍ଟ ତାଙ୍କ ପରିବାର ସହିତ ପହଲଗାମର ବୁଲିବାକୁ ଯାଇଥିଲେ। ସେ ଜିପ୍ ଲାଇନିଂ କରୁଥିବା ସମୟରେ ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ରିଷି ଭଟ୍ଟ କହିଛନ୍ତି ଯେ ଆକ୍ରମଣ ପ୍ରାୟ ଅପରାହ୍ନ ୨:୩୦ ସମୟରେ ହୋଇଥିଲା। ସେ ଜିପ୍‌ଲାଇନ୍‌ରେ ଥିବା ସମୟରେ ଗୁଳି ଚାଳନା ଶବ୍ଦ ଶୁଣିଥିଲେ । ଭିଡିଓରେ ଜିପଲାଇନ୍ ଅପରେଟର ପର୍ଯ୍ୟଟକ ରିଷି ଭଟ୍ଟଙ୍କୁ ଛାଡିବା ପୂର୍ବରୁ ତିନିଥର “ଆଲ୍ଲାହ ହୁ ଆକବର” ଏବଂ ତା’ପରେ “ବିସମିଲ୍ଲାହ” କହୁଥିବାର ଦେଖାଯାଉଛି।

ଜିପଲାଇନ୍ ଅପରେଟରଙ୍କୁ ପଚରାଉଚରା

ପର୍ଯ୍ୟଟକ ରିଷି ଭଟ୍ଟଙ୍କ ଦାବି ଏବଂ ଭିଡିଓ ଆଧାରରେ, NIA ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଜିପ୍ ଲାଇନ ଅପରେଟରଙ୍କୁ ପଚରାଉଚରା କରିବେ। ପର୍ଯ୍ୟଟକ ଜଣକ ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କୁ ଜିପ୍ ଲାଇନ ପାଇଁ ଛାଡି ଦିଆଯାଇଥିଲା, ଗୁଳି ଶବ୍ଦ ଶୁଣି ଅପରେଟର ଇସଲାମିକ୍ ସ୍ଲୋଗାନ ଦେଇଥିଲେ ଏବଂ ତା’ପରେ ତାଙ୍କୁ ଆଗକୁ ପଠାଇ ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ ସେଠାରେ ସବୁକିଛି ସ୍ୱାଭାବିକ ଥିଲା, ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୌଣସି ଧାରଣା ନଥିଲା।

ଜିପଲାଇନ ଅପରେଟରଙ୍କ “ଆଲ୍ଲା ହୁ ଆକବର” ଚିତ୍କାର 

ଜିପ୍ ଲାଇନିଂ କରି ସେ ତାଙ୍କର ଭିଡିଓ ରେକର୍ଡିଂ କରୁଥିବା ସମୟରେ ସେ ଗୁଳି ଚଳାଇବାର ଶବ୍ଦ ଶୁଣିଲେ। ତାଙ୍କ କହିବାନୁଯାୟୀ ଗୁଳି ଚଳାଇବାର ଶବ୍ଦ ଶୁଣିବା ମାତ୍ରେ ଜିପ୍ ଲାଇନ ଅପରେଟର ଜୋରରେ “ଆଲ୍ଲାହ ହୁ ଆକବର” ଚିତ୍କାର କରିବା ଆରମ୍ଭ କରିଦେଲେ। ରିଷି ଭଟ୍ଟ ଗଣମାଧ୍ୟମକୁ କହିଥିଲେ ଯେ ସେ ୪ ରୁ ୫ ଜଣ ଆତଙ୍କବାଦୀଙ୍କୁ ପର୍ଯ୍ୟଟକଙ୍କୁ ଗୁଳି କରୁଥିବାର ଦେଖିଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଇଆଡେ ଦତଆଡେ ଦୌଡୁଛନ୍ତି। ସେ ତାଙ୍କ ପରିବାର ସହିତ ଲୁଚି ରହି ନିଜ ଜୀବନ ବଞ୍ଚାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଧର୍ମ ବିଷୟରେ ପଚାରିବା ପରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ଏହି ଭିଡିଓ  ଆତଙ୍କବାଦୀଙ୍କ ବିଷୟରେ ତଦନ୍ତକାରୀ ସଂସ୍ଥାକୁ ସୁରାକ ଯୋଗାଇପାରେ। ସେତେବେଳେ ଏହା ଜାଣିପାରିନଥିଲେ ରିଷ ଭଟ୍ଟ। କିନ୍ତୁ ଆକ୍ରମଣ ପରେ ଯେତେବେଳେ ସେ ଅହମ୍ମଦାବାଦରେ ପହଞ୍ଚିଥିଲେ ସନ୍ଧ୍ୟାରେ ପରିବାର ସହିତ ବସି ଭିଡିଓ ଦେଖିଥିଲେ। ତା’ପରେ ଜିପ୍ଲାଇନ୍ କରୁଥିବା ବ୍ୟକ୍ତି କ’ଣ କରିଥିଲେ ନଜରକୁ ଆସିଥିଲା ।