ରୁଷିଆରେ ଶରଣ ନେଲେ ସିରିଆର ରାଷ୍ଟ୍ରପତି

1 min read

ନନ୍ଦିଘୋଷ ବ୍ୟୁରୋ: ଋଷରେ ଆଶ୍ରୟ ନେଇଛନ୍ତି ସିରିୟାର ରାଷ୍ଟ୍ରପତି ବଶର ଅଲ-ଅସଦ । ରୁଷରେ ସିରିଆ ରାଜନୈତିକ ଶରଣ ଦେଇଛନ୍ତି ଭ୍ଲାଦିମିର ପୁଟିନ । ପୂର୍ବରୁ ଅନୁମାନ କରାଯାଉଥିଲା କି ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ଅସାଦଙ୍କ ବିମାନ ଋଷିଆରେ ଅବତରଣ କରିଥିବା ସ୍ପଷ୍ଟ କରିଛି ମସ୍କୋ । ଶେଷରେ ୧୧ ଦିନର ବିଦ୍ରୋହର ଅନ୍ତ ଘଟିଛି। ଗତ ୧୧ ଦିନ ଧରି ସିରିଆରେ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢେଇ ଜାରୀ ଥିବା ବେଳେ ଦୀର୍ଘ ୨୪ ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡିଛି । ବିଦ୍ରୋହୀଙ୍କ ଦାମାସକସ୍ କବଜା କରିବା ପରେ ସିରିଆ ରାଷ୍ଟ୍ରପତି ଦେଶରୁ ପଳାୟନ କରିଥିଲେ ।  ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଦ୍ରୋହୀ ରାଜଧାନୀ ଡାମସକସ୍ କବଜା କରିବା ପରେ ଉତ୍ସବ ମନାଇଛନ୍ତି ।

ରୁଷିଆରେ ଶରଣ ନେଲେ ସିରିଆର ଗାଦିଚ୍ୟୁତ ରାଷ୍ଟ୍ରପତି ବସର୍ ଅଲ୍ ଅସଦ୍। ସେ ନିଜ ପରିବାର ସହିତ ରୁଷିଆରେ ଏବେ ଅଛନ୍ତି। ଏହି କଥା ସ୍ପଷ୍ଟ କରିଛି ମସ୍କୋ। ଅସଦଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା କାରଣରୁ ରାଜନୈତିକ ଶରଣ ଦିଆଯାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ଗତକାଲି ବିଦ୍ରୋହୀ ସେନା ପୁରା ସିରିଆକୁ ଦଖଲ କରି ନେଇଥିଲେ। ରାଜଧାନୀ ଦାମାସକସ୍ ରେ ବିଦ୍ରୋହୀ ସେନା ପ୍ରବେଶ କରିବାର ଠିକ୍ ପୂର୍ବରୁ ହିଁ ନିଜ ପରିବାର ସହିତ ଏକ ସ୍ଵତନ୍ତ୍ର ବିମାନରେ ଦେଶ ଛାଡ଼ି ପଳାଇଥିଲେ ଅସଦ୍। ତାଙ୍କର ୨୪ ବର୍ଷର ଶାସନର ପତନ ହୋଇଥିଲା। ସାରା ଦେଶକୁ ହାୟତ ତାହିରିର ଅଲ ଶାମ କବଜା କରିଛି। ସଂଗଠନର ମୁଖ୍ୟ ହେଉଛନ୍ତି ମହମ୍ମଦ ଜୁଲାନି। ସିରିଆରେ ଏବେ ଅରାଜକତା ଦେଖାଦେଇଛି। ରାଜନୈତିକ ସ୍ଥିରତା କେବେ ଫେରିବ, ତାକୁ ନେଇ ନେଇ ଲାଗି ରହିଛି ଅନିଶ୍ଚିତତା ।

ସେପଟେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆଜି ସିରିଆକୁ ନେଇ ଆଲୋଚନା ହେବ। ଆରପଟେ ଆମେରିକା, ଇସ୍ରାଏଲ, ୟୁରୋପର ଅନ୍ୟ ଦେଶ ଏହି ସତ୍ତା ପରିବର୍ତ୍ତନକୁ ସ୍ଵାଗତ କରିଛନ୍ତି। ସିରିୟାବାସୀ ଅନ୍ଧାରି ଏକଛତ୍ରବାଦରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି ଏହି ସବୁ ଦେଶ। ତେବେ ଏବେ ବିଦ୍ରୋହୀ ସେନା ପାଇଁ ମୁଖ୍ୟ ଚ୍ଯାଲେଞ୍ଜ ହେଲା କିପରି ସ୍ଥାୟୀ ସରକାର ଗଠନ କରିବା ଓ ଦେଶରେ ଶାନ୍ତି ସହିତ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା। ପ୍ରାୟ ୫୦ ବର୍ଷ ଧରି ସିରିଆକୁ ଶାସନ କରିଥିଲେ ଅସଦଙ୍କ ପରିବାର। ପ୍ରଥମେ ୧୯୭୦ରେ ବିଦ୍ରୋହ କରି କ୍ଷମତା ଅକ୍ତିଆର କରିଥିଲେ ହାଫିଜ ଅଲ ଅସଦ। ବାପାଙ୍କ ଅନ୍ତେ ପୁଅ ଅସଦ ଗତ ୨୦୦୦ରୁ କରିଆସୁଥିଲେ ଶାସନ।