ବାହାଘର ପାଇଁ ମଣ୍ଡପ ଖୋଜୁଛନ୍ତି କି ? ଏଣିକି ପାନ୍ଥନିବାସରେ ହୋଇପାରିବ ବାହାଘର

1 min read

ଭୁବନେଶ୍ୱର : ବାହାଘର ପାଇଁ ଚିନ୍ତିତ ଅଛନ୍ତି କି । ବ୍ୟସ୍ତ ହୁଅନ୍ତୁ ନାହିଁ । ଭଲ ପ୍ୟାକେଜରେ ବାହାଘରକୁ ସ୍ମରଣୀୟ କରିବାର ସୁଯୋଗ ଆଣୁଛି ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ବା ଓଟିଡିସି । ଏଣିକି ରାଜ୍ୟର ପ୍ରମୁଖ ପାନ୍ଥନିବାସ ଗୁଡ଼ିକରେ ବାହାଘର ହୋଇପାରିବ ।

ବାହାଘର ପାଇଁ ସମ୍ପୂର୍ଣ ପ୍ୟାକେଜ ଯୋଗାଇଦେଵ ଓଟିଡିସି । କୌଣସି ଲୋକ ଚାହିଁଲେ କୌଣସି ପର୍ଯ୍ୟଟନ ସ୍ଥଳୀରେ ବାହାଘର କରି ଏହାକୁ ସ୍ମରଣୀୟ ବାହାଘର କରିପାରିବେ। ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରେ ଥିବା ପାନ୍ଥନିବାସରେ ବାହାଘର କରିବା ପାଇଁ ଆପଣ ଆଗୁଆ ବୁକିଂ ମଧ୍ୟ କରିପାରିବେ । ବାହାଘର ସହିତ ମେହେନ୍ଦି ଓ ସଂଗୀତ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ OTDC ।

ଏଣିକି ଗୋ-ଇବିବୋ, ମେକ୍ ମାଇ ଟ୍ରିପ୍, , YATRA ଭଳି ଟୁରିଷ୍ଟ ଆପ୍ ମାଧ୍ୟମରେ ଉଭୟ ଇକୋ ରିଟ୍ରିଟ୍ ଓ ବାହାଘର ପାଇଁ ବୁକିଂ ହୋଇପାରିବ ପାନ୍ଥନିବାସ । ଅତି କମରେ ୫୦ ହଜାର ଟଙ୍କାରେ ବୁକିଙ୍ଗ କରାଯାଇପାରିବ । ପ୍ରାଥମିକ ଭାବେ ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର, ବଡ଼କୁଳ ପାନ୍ଥନିବାସରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ସବୁ ପାନ୍ଥନିବାସରେ ଏହାକୁ ଉପଲବ୍ଧ କରାଯାଇପାରିବ । ଏଣିକି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଓଟିଡିସି ବସ୍ ସେବା ଯୋଗାଇ ଦେବ । କଳାହାଣ୍ଡି ଓ ବଲାଙ୍ଗୀରର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଓଟିଡିସିର ସୁବିଧା ନେଇପାରିବେ ପର୍ଯ୍ୟଟକ।

Leave a Reply