କୁନି ପିଲାଙ୍କ ହାତରେ ବିଜେପି ପତାକା, ସମୀର ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ । ନୋଟିସ୍ ଜାରି କଲେ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଗତ 12 ତାରିଖରେ ଖୋର୍ଦ୍ଧା ଠାରେ ଧାରଣା ସମୟରେ ବିଜେପି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କୁ ସାମିଲ କରାଯାଇଥିଲା  । କୁନି ପିଲା ମାନେ ବିଜେପି ପତାକା ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା  ।

ଏପରି ଖବର ଦୈନିକ ଖବର କାଗଜ ସକାଳ ରେ ପ୍ରକାଶ ପାଇଥିଲା । ଛୋଟ ପିଲାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯିବା ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିଲେ ମଧ୍ୟ ପ୍ରମୁଖ ରାଜନୈତିକ ଦଳ ବିଜେପି ଏପରି କରିବା ସାଧାରଣରେ ନିନ୍ଦା ପ୍ରକାଶ ପାଇଛି  । ସେପଟେ  ଏପରି କାହିଁକି କରାଯାଇଛି ? କେଉଁ ପରିସ୍ଥିତିରେ ଏହି ଶିଶୁ ମାନେ ସାମିଲ ହୋଇଛନ୍ତି  ସେ ନେଇ 26 ତାରିଖ ଭିତରେ କମିଶନଙ୍କ ପାଖରେ ପକ୍ଷ ରଖିବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ଯେହେତୁ କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଆୟୋଜିତ କରାଯାଇଛି, ତେଣୁ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବି ପକ୍ଷଭୁକ୍ତ କରାଯାଇଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ନୋଟି, ଜାରି କରିଛନ୍ତି  । ଅଗଷ୍ଟ ୨୬ ତାରିଖ ମଧ୍ୟରେ ବିଜେପି ରାଜ୍ୟ ସଭାପତି ଏନେଇ ପକ୍ଷ ରଖିବେ ନୋଟିସ ଜାରି କରିଛନ୍ତି ସନ୍ଧ୍ୟାବତୀ ପ୍ରଧାନ  ।

Leave a Reply