ତୁଟୁନି କଟକ ମୂର୍ତ୍ତି ଉଚ୍ଚତା ବିବାଦ, ପରବର୍ତ୍ତୀ ଶୁଣାଣି ସୋମବାର…

କଟକ: ଦଶହରା ପାଖେଇଲାଣି । ହେଲେ କଟକ ମୂର୍ତ୍ତି ବିବାଦ ଥମିବାର ନାଁ ନେଉନାହିଁ । ମୂର୍ତ୍ତିର ଉଚ୍ଚତାକୁ ନେଇ ହାଇକୋର୍ଟରେ ଦାଖଲ ମାମଲାରେ ଆଜି ସମସ୍ତ ପକ୍ଷର ଶୁଣାଣି ହୋଇଥିଲା । ତେବେ ହାଇକୋର୍ଟ ରାୟ ଶୁଣାଣି ହୋଇନାହିଁ । ଆସନ୍ତା ସୋମବାର ଏନେଇ ଚୁଡାନ୍ତ ରାୟ ପ୍ରକାଶ ପାଇପାରେ । ଏହି ଦିନ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ତାରିଖ ଦେଇଛନ୍ତି ।

ସୂଚନା ଅନୁଯାୟୀ କଟକ ସହରରେ ଏଭଳି ୯ଟି ମୂର୍ତ୍ତି ରହିଛି ଯାହାର ଉଚ୍ଚତା ୪ ଫୁଟରୁ ଅଧିକା । ଉକ୍ତ ମୂର୍ତ୍ତିଗୁଡିକର ସାଂପ୍ରତିକ ସ୍ଥିତି ବିଷୟରେ ସୂଚନା ଦେବା ପାଇଁ ହାଇକୋର୍ଟ ଆଡଭୋକେଟ୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଏହି ପୂଜା ମଣ୍ଡପରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ସମ୍ୱନ୍ଧୀତ ଧାରଣା ପାଇ ସାରିବା ପରେ ହିଁ ଆସନ୍ତା ଶୁଣାଣି କରିବ । ଉଲ୍ଲେଖଯୋଗ୍ୟ ଯେ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ବହୁ ସମୟ ଧରି ଚାଲି ଆସିଲାଣି । ଏନେଇ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଯାଚିକା ମଧ୍ୟ ଦାଖଲ କରାଯାଇଥିଲା । ଏବେ ଦଶହରା ପାଖେଇ ଆସିଥିବା ହେତୁ ଖୁବ୍ ଶୀଘ୍ର ହାଇକୋର୍ଟର ଶୁଣାଣି ଶେଷ ହେବା ନେଇ ସମ୍ଭାବନା ରହିଛି ।

Leave a Reply