ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ନବ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୯୧୪ ସହକାରୀ ପ୍ରଫେସର ଓ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନୂଆ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଜ୍ଞାନ କୌଶଳର ବ୍ୟବହାର କରି ଜାତୀୟ ସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରନ୍ତୁ । କାର୍ଯ୍ୟକ୍ରମ ରେ 5t ସଚିବ ଭି କେ ପାଣ୍ଡିଆନ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖଙ୍କ ସମେତ ଉଚ୍ଚଶିଖା ବିଭାଗ ସଚିବ, ନିର୍ଦେଶକ ଯୋଗ ଦେଇ ଆଶିଷ ବାଣୀ ପ୍ରଦାନ କରିଥିଲେ ।

OPSC ପରିଚାଳିତ ଦ୍ୱାରା ଜୟଦେବ ଭବନରେ ସରକାରୀ କଲେଜର ସହକାରୀ ଅଧ୍ୟାପକଙ୍କ ଦ୍ୱାରା ଅଧାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେଥିରୁ ୩୨୧ ଜଣ ଟିଚର ଏଜୁକେସନ ପାଇଁ ନିଯୁକ୍ତି ମିଳିଥିବା ବେଳେ ୧୨୩ ଜଣଙ୍କୁ ଡିଗ୍ରୀ କଲେଜ ରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେହିପରି ଲୋକସେବା ଭବନ କନଭେନସନ ସେଣ୍ଟର ରେ ଷ୍ଟେଟ ସିଲେକ୍ସନ ବୋର୍ଡ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ପାଇଁ ୪୬୪ ଜଣ ଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ନୂଆ ଦିଗଦର୍ଶନ ପ୍ରଦାନ କରାଯାଇଛି । ନବ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ରାଜ୍ୟ ସରକାର ଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ।