କେବଳ ଗୋଟିଏ ଭୋଟ୍ ପାଇଁ ବୁଥ୍, ୪୦ କିଲୋମିଟର ଚାଲି ପହଞ୍ଚିଲେ କର୍ମଚାରୀ

ଇଟ୍ଟାନଗର:  ୨୧ ରାଜ୍ୟର ୧୦୨ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି  । ଅଧିକାଂଶ ରାଜ୍ୟରେ ୭୨ ପ୍ରତିଶତରୁ ଅଧିକ ମତଦାନ ହବୋଇଛି  । କିନ୍ତୁ ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ୧୦୦ ପ୍ରତିଶତ ଭୋଟ ଗ୍ରହଣ ହୋଇଛି  । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କେବଳ ଜଣେ ମହିଳା ଭୋଟ ଦେଇଛନ୍ତି  ।

ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ରହିଛି ଭିନ୍ନ ଏକ ମତଦାନ କେନ୍ଦ୍ର  । ଯେଉଁଠାରେ କେବଳ ଜଣେ ମହିଳା ମତଦାତା ମତାଧିକାର ସାବ୍ୟସ୍ତ କରିବା ପରେ ଏଠାରେ ଶତ ପ୍ରତିଶତ ମତଦାନ ସମ୍ଭବ ହୋଇଛି  । କେବଳ ଜଣେ ମାତ୍ର ଭୋଟର ୪୪ ବର୍ଷୀୟା ସୋକେଲା ତୟାଙ୍ଗଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କୁ ୪୦ କିଲୋମିଟର ଦୁର୍ଗମ ଅଞ୍ଚଳ ଦେଇ ଚାଲି ଚାଲି ଯିବାକୁ ପଡିଛି  ।

ମାଲୋଗାମରେ ବହୁତ କମ ପରିବାର ରୁହନ୍ତି  । କେବଳ ତୟାଙ୍ଗଙ୍କୁ ଛାଡିବାକି ସମସ୍ତ ମତଦାତା ଅନ୍ୟ ମତଦାନ କେନ୍ଦ୍ରରେ ରେଜିଷ୍ଟ୍ରେସନ କରିଛନ୍ତି । କିନ୍ତୁ ତୟାଙ୍ଗ ମତଦାନ କରିବା ପାଇଁ ମତଦାନ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ନଥିଲେ  । ସବୁ ଭୋଟରଙ୍କ ଭୋଟ ଦେବାର ଅଧିକାର ରହିଛି  । ଏହା ଉପଲବ୍ଧି କରି ତୟାଙ୍ଗଙ୍କ ପାଇଁ ଗାଁରେ ପହଞ୍ଚିଥିଲେ ପୋଲିଂ ଅଧିକାରୀ  । ଗାଁରେ ହି ପୋଲିଂବୁଥର ଆୟୋଜନ କରାଯାଇଥିଲା  ।

 

ଏହି ଗାଁ ଚୀନ ସୀମାକୁ ଲାଗି ଅଞ୍ଜା ଜିଲ୍ଲାର ହୟୁଲିଆଙ୍ଗ ବିଧାନସଭା ଓ ଅରୁଣାଚଳର ପୂର୍ବ ଲୋକସଭା ସିଟ୍‌ ଅନ୍ତର୍ଗତ ରହିଛି  । ଏଠାରେ ଅତିକମରେ ୬ ଆଶାୟୀ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଠାରେ କଂଗ୍ରେସର ବୋସିରାମ ସିରମ ଓ ବିଜେପି ସାଂସଦ ତାପିର ଗାଓଙ୍କ ମଧ୍ୟରେ ସିଧା ଲଢେଇ ଚାଲିଛି