ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଶହୀଦ, ୨ଜଣ ଆହତ

ଶ୍ରୀନଗର: ଶ୍ରୀନଗରରେ ପୁଣିଥରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଚେକ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୋଲିସ ଟିମ୍ ଉପରେ ଅଚାନକ ଲୁଚି ରହିଥିବା ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା  । ହେଲେ ଜଣେ ପୋଲିସ କର୍ମଚାରୀଙ୍କର ଏହି ଗୁଳିବିନିମୟରେ ମୃତ୍ୟୁ ହୋଇଯାଇଛି ସେହିପରି ଅନ୍ୟ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି । ସନ୍ଧ୍ୟା ୭ ଟା ୧୫ ସମୟରେ ଏହି ଗୁଳିମାଡ଼ ହୋଇଥିବା ସୂଚନା  ।

ପ୍ରଥମେ ଏଥିରେ ଆହତ ତିନି ଜଣ ପୋଲିସ କର୍ମୀଙ୍କୁ ମେଡିକାଲି ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଚାଲିଛି  । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶହୀଦ ପୋଲିସ କର୍ମଚାରୀ ହେଲେ ଏଏସଆଇ ମୁସ୍ତାକ ଅହମଦ । ତେବେ ଲାଲ ବଜାର ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରିଦେଇଛନ୍ତି  । ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।