spot_img

Latest Posts

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଜଣେ ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ: ଘରେ ଶୋଇଥିବା ସମୟରେ ଲାଗିଲା ନିଆଁ। ୪ ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ନିଁଆ ଲାଗିବା ଫଳରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାର ଉଚ୍ଚଡିଆ ୨୩ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ସମସ୍ତେ ନିଦରେ ଶୋଇଥିବା ବେଳେ ଉଚ୍ଚଡିଆର ସୁରେନ୍ଦ୍ର ବାରିକଙ୍କ ଘର କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଦେଖି ପାଟି କରି ଡାକ ପକାଇ ଥିଲେ। ଚାହୁଁ  ଚାହୁଁ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଗୌରାଙ୍ଗ ବାରିକ, ନିଶାକର ବାରିକ, ନରେନ୍ଦ୍ର ବାରିକ ଓ ସୁରେନ୍ଦ୍ର ବାରିକଙ୍କ ୪ଟି ପରିବାରର ୧୨ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଘରର କୌଣସି ଆସବାବପତ୍ର ବାହାର କରିବା ପାଇଁ ସୁଯୋଗ ପାଇନଥିଲେ ପରିବାର ଲୋକେ।

ଗ୍ରାମବାସୀ  ବାଲ୍ଟିରେ ପାଣି ଢାଳି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ବାସୁଦେବପୁର ଦମକଳ ଅନ୍ୟତ୍ର ନିଆଁ ଲିଭାଇବା କାର୍ଯ୍ୟରେ  ଯାଇଥିବାରୁ ସୋର ଦମକଳ ୨ ଘଣ୍ଟା ପରେ ପହଞ୍ଚି ସକାଳ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରିଥିଲେ। ତେବେ ଘର ମଧ୍ଯରେ ଥିବା ଜଣେ ମହିଳା ବାହାରକୁ ବାହାରି ନପାରିବାରୁ ଜୀବନ୍ତ ଦଗ୍ଧ ହୋଇଥିଲେ।

Latest Posts

Don't Miss