ପୋଡ଼ା ବେଙ୍ଗ ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ପୋଡ଼ା ବେଙ୍ଗ ଖାଇ ଜଣେ ବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣଙ୍କ ହେଲେ ସୁମିତ୍ରା ମୁଣ୍ଡା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ବେଙ୍ଗ ମୁନା ମୁଣ୍ଡାଙ୍କ ଘର ଭିତରକୁ ପଶି ଆସିଥିଲା । ଭେଙ୍ଗଟିକୁ ଧରି ମୁନା ମାରି ଦେବା ସହ ଏହାକୁ ପୋଡ଼ି ଦୁଇ ଝିଅଙ୍କ ସହ ଖାଇଥିଲେ । ହେଲେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ । ପରଦିନ ସକାଳେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ବେଙ୍ଗ ବିଷାକ୍ତ ହୋଇ ନଥିବା ବେଳେ ଏହାକୁ ବହୁ ସ୍ଥାନରେ ଲୋକେ ଖଶଇଥାନ୍ତି ମଧ୍ୟ । ହେଲେ ଏଠାରେ ବେଙ୍ଗ ଖାଇ କାହିଁବା ପରେ ବାଳିକାଟିର ମୃତ୍ୟୁ କାହିଁକି ଘଟିଲା ତାହା ଯାଞ୍ଚରୁ ଜଣାପଡିବ ବୋଲି ତଦନ୍ତ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।