ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍, ଜଣେ ମୃତ

ନୟାଗଡ଼: ଗୋଡିବିଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଘଟଣା ସ୍ଥଳରେ ଜଣେ ମୃତ । ମୃତକ ଜଣଙ୍କ ହେଲେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଖାଖା ମ୍ୟାନେଜର କଲ୍ୟାଣୀ ପଣ୍ଡା । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଏକାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଞ୍ଜନଗରରୁ ଦଶପଲ୍ଲା ଅଭିମୁଖେ ଆସୁଥିବା କାଳେଶ୍ବର ନାମକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଅଗ୍ନିଶମ ଓ ପୋଲିସ ପହଞ୍ଚି ଆଡତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।