କ୍ରିକେଟ ଜଗତରେ ୧୩୭ ବର୍ଷ ପୁରୁଣା ଏହି ରେକର୍ଡ, ଯାହାକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିନାହାଁନ୍ତି

ନୂଆଦିଲ୍ଲୀ: କେମିତି ଦଳର ସ୍କୋରକୁ ଅଧିକରୁ ଅଧିକ କରାଯିବ ତାହାର ଦାୟିତ୍ୱ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ରହି ଥାଏ। ସବୁବେଳେ ଟପ୍ ଅର୍ଡର ଏବଂ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରିବା ପାଇଁ ଚେଷ୍ଟା କରିଥାନ୍ତି। ଆମେ ମଧ୍ୟ ଦେଖିଛେ ଟପ୍ ଅର୍ଡର ଏବଂ ମିଡିଲ ଅର୍ଡରେ ଆସିଥିବା ବ୍ୟାଟ୍ସମ୍ୟାନ୍ ସବୁବେଳେ ରେକର୍ଡ ସ୍କୋର କରିଥାନ୍ତି। ହେଲେ ଜଣେ ବ୍ୟାଟ୍ସମ୍ୟାନ୍ ଲୋୟର ଅର୍ଡରେ ଆସି ଏମିତି କିଛି ରେକର୍ଡ ସ୍କୋର କରିବା ଅସମ୍ଭବ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ୧୩୭ ବର୍ଷ ପୂର୍ବେ ଜଣେ ବ୍ୟାଟ୍ସମ୍ୟାନ୍। ୧୦ ନମ୍ବର ସ୍ଥାନରେ ଆସି ଟିମ୍ ପାଇଁ ସଂଗ୍ରହ କରିଥିଲେ ୧୧୭ ରନ୍। ଯାହାର ରେକର୍ଡ ୧୩୭ ବର୍ଷ ପରେ ମଧ୍ୟ କେହି ଭାଙ୍ଗିପାରୁନାହାଁନ୍ତି।
ଓ୍ୱାଲଟର ରିଡ, ଇଂଲଣ୍ଡର ସେହି ୧୦ମ ସ୍ଥାନରେ ଆସି ରେକର୍ଡ କରିଥିବା ବ୍ୟାଟ୍ସମ୍ୟାନ୍। ୱାଲ୍ଟରଙ୍କ ଏହି ରେକର୍ଡ ହେଉଛି ସବୁଠାରୁ ଅନନ୍ୟ ରେକର୍ଡ। ଟେଷ୍ଟ କ୍ରିକେଟରେ ଦଶମ ସ୍ଥାନରେ ଆସି ୧୧୭ ରନ୍ ମାରି ରେକର୍ଡ କରିଥିଲେ। ଆଜି ହେଉଛି ସେହି ମହାନ୍ ରେକର୍ଡଧାରି କ୍ରିକେଟର ଓ୍ୱାଲ୍ଟରଙ୍କ ଜନ୍ମଦିନ।
ଅଗଷ୍ଟ ୧୮୮୪ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲ ଟେଷ୍ଟରେ ୱାଲ୍ଟର ରିଡ ୧୦ ମସ୍ଥାନରେ ଆସି ୧୧୭ ରନ କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ତାଙ୍କର ୧୧୭ ରନ୍ର ରେକର୍ଡକୁ କେହି ମଧ୍ୟ ଭାଙ୍ଗିପାରିନାହାନ୍ତି। ଓ୍ୱାଲ୍ଟର ରିଡ୍ଙ୍କ ତଳେ ୧୦୪ ରନ୍ କରି ରହିଛନ୍ତି ଅଷ୍ଟ୍ରେଲିଆର ରେଗି ଡଫ୍, ଦକ୍ଷିଣ ଆଫ୍ରିକାର ପ୍ୟାଟ୍ ସିମକାଂସ କରିଛନ୍ତି ୧୦୮ ରନ୍, ବାଂଲାଦେଶର ଅବୁଲ ହାସନ କରିଛନ୍ତି ୧୧୩ ରନ୍। ହେଲେ ଓ୍ୱାଲ୍ଟର ରିଡଙ୍କ ୧୧୭ ରକୁ କେହି ମଧ୍ୟ ଭାଙ୍ଗିବାକୁ ସଫଳ ହୋଇନାହାନ୍ତି।
ୱାଲ୍ଟର ରିଡ ପ୍ରଥମରୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆସୁଥିଲେ। ଏହାପରେ ପଞ୍ଚମ ଏବଂ ତାପରେ ଷଷ୍ଠ ସ୍ଥାନରେ ଆସିଥିଲେ ବ୍ୟାଟିଂ କରିବା ପାଇଁ। ହେଲେ ଅଷ୍ଟ୍ରେଲିଆ ବିପକ୍ଷୟରେ ଓବାଲ ଟେଷ୍ଟରେ ଇଂଲଣ୍ଡର କ୍ୟାପ୍ଟେନ୍ ଲର୍ଡ ହେରିସ୍ ତାଙ୍କୁ ସେହି ଇନିଂସରେ ୧୦ମ ସ୍ଥାନରେ ଆସିବା ପାଇଁ କହିଥିଲେ।
ଏହାପରେ ରିଡ ତାଙ୍କ ଅଧିନାୟକଙ୍କ ରଣନୀତିକୁ ସଫଳ କରିବାକୁ ଚେଷ୍ଟା କରିଥିଲେ ଏବଂ ୧୧୭ ରନ୍ର ସ୍କୋର କରିଥିଲେ। ଏହି ଇନିଂସରେ ରିଡ ୧୫୫ଟି ବଲ ଖେଳି ୨୦ଟି ଚୌକା ମାରିଥିଲେ। ସେହି ଇନିଂସରେ ଅଷ୍ଟ୍ରେଲିଆର ୫୫୧ ରନ୍ କରିଥିବା ବେଳେ ଜବାବରେ ଇଂଲଣ୍ଡ ୩୪୬ ରନ୍ ସ୍କୋର କରିଥିଲା। ହେଲେ ଇଂଲଣ୍ଡ ଫଲୋଅନକୁ ବଞ୍ଚାଇ ପାରିନଥିଲା।
ୱାଲ୍ଟର ରିଡ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଟେଷ୍ଟ କ୍ୟାରିୟରର ଏକମାତ୍ର ଶତକ ରିଥିଲେ। ମୋଟ ଉପରେ ରିଡ ୧୮୮୨ରୁ ୧୮୯୩ ମଧ୍ୟରେ ୧୮ ଟି ଟେଷ୍ଟ ଖେଳିଥିଲେ। ତେବେ ୧୯୦୭ ମସିହାରେ ଓ୍ୱାଲଟରଙ୍କ ନିଧନ ହୋଇଥିଲା।