ନନ୍ଦିଘୋଷ ବ୍ୟୁରୋ : SIRରେ ଚଞ୍ଚକତା ଓ ଅନଧିକୃତ ଓଟିପି ଦେଇ ନାଁ କାଟିବା ଅଭିଯୋଗ। ଭଦ୍ରକ ଜିଲା ଧାମନଗର ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ରାଜ୍ୟ ପୌରପରିଷଦର ଅତିରିକ୍ତ ସଚିବ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି । ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ ପାଇଁ ପାଇଁ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ପୂର୍ବରୁ ଏନେଇ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ନିକଟରେ ଧାମନଗର BJD ଟିମ୍ ସହିତ ରାଜ୍ୟ BJD ଟିମ ମିଶି ଅଭିଯୋଗ କରିଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ସ୍ତରୀୟ ଅଧିକାରୀ ବା BLOଙ୍କ ଲଗ୍ଇନ୍ ପରିଚୟ ଓ ଓଟିପି ଅନଧିକୃତ ଭାବେ ବ୍ୟବହାର କରାଯିବା ସହ ଫର୍ମ-୭ ଆବେଦନ ଅନଧିକୃତ ଭାବେ ଦାଖଲ ଓ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଥିଲା। ଧାମନଗର NACର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଅନୁମୋଦନ ଦେଇଥିବା ପତ୍ରରେ ଉଲ୍ଲେଖ ରହିଛି।
ଏହି ପରିପ୍ରେକ୍ଷୀରେ ସନ୍ତୋଷ କୁମାର ନାୟକଙ୍କୁ ତୁରନ୍ତ ନିଲମ୍ବନରେ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ତୁରନ୍ତ ନିର୍ଵାହୀ ଅଧିକାରୀ ତାଙ୍କ ପଦଵୀକୁ ହସ୍ତାନ୍ତର କରି ହେଡକ୍ୱାର୍ଟର୍ସ ଛାଡ଼ିବା ଲାଗି କୁହାଯାଇଛି।..

