ଶହୀଦଙ୍କୁ ଝୁରୁଛି ମାଟି, ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳୀ

କାକଟପୁର/ଢେଙ୍କାନାଳ:  ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୩ ବର୍ଷ । ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୪୦ ଜଣ ଯବାନ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ କାକଟପୁରରେ ୨ଶହ ଫୁଟ ଲମ୍ବର ତ୍ରିରଙ୍ଗାକୁ ଧରି ଶତାଧିକ ଯୁବକ ଯୁବତୀ ଶୋଭାଯାତ୍ରା କରିଥିଲେ । କାକଟପୁର ସ୍ଥିତ କଲରେଇ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଶୋଭାଯାତ୍ରାରେ କାକଟପୁର, ଅସ୍ତରଙ୍ଗ, ଗୋପ, ନିମାପଡା ଅଞ୍ଚଳର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ ।

ସେହିପରି ଢେଙ୍କାନାଳର ଇନକ୍ଲବର ସଦସ୍ୟ ମାନେ କ୍ୟାଣ୍ଡେଲ ଏବଂ ହାତରେ ତ୍ରିରଙ୍ଗା ଧରି ଶୋଭଯାତ୍ରା କରିଥିଲେ  । ବୀର ଯବାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇବେ ଉଦ୍ଦେଶ୍ୟରେ ଏହି ଯୁବ ସଂଗଠନ ଗାଁ ଗାଁରେ ଶୋଭଯାତ୍ରା କରିଥିଲା  । ସମଗ୍ର କରମୁଳ ଗ୍ରାମ ପଞ୍ଚାୟତ ଭ୍ରମଣ କରିଥିଲେ  । ଶେଷରେ  ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ପୁଲୱାମା ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  ।

 

 

Leave a Reply