ଆଜି ଖୋଲିବ ଓଲା ଆଇପିଓ, କମ୍ପାନୀ ୫,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ସେୟାର ଜାରି କରିବ

ନୂଆଦିଲ୍ଲୀ: ଆଜି ଖୋଲିବ ଓଲା ଆଇପିଓ । ଇଲେକ୍ଟ୍ରିକ୍ ଦୁଇ ଚକିଆ କମ୍ପାନୀ ଓଲା ଇଲେକ୍ଟ୍ରିକ୍ ମୋବିଲିଟିର ପ୍ରାରମ୍ଭିକ ପବ୍ଲିକ ଅଫର ବା ଆଇପିଓ ଆଜି ଖୋଲିବ । ଆଇପିଓ ଅଧୀନରେ କମ୍ପାନୀ ୫ ହଜାର ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ସେୟାର ଜାରି କରିବ। ଏହାବ୍ୟତୀତ ପ୍ରମୋଟର ଓ ନିବେଶକମାନେ ୮.୪୯ କୋଟି ଇକ୍ୱିଟି ସେୟାରର ଅଫର ଫର ସେଲ୍ ମଧ୍ୟ ଜାରି କରିବେ ।

ଆସନ୍ତା ୬ ତାରିଖରେ କମ୍ପାନୀର ପ୍ରାରମ୍ଭିକ ସେୟାର ବିକ୍ରି ବନ୍ଦ ହେବ । ଓଏଫଏସ ଅଧୀନରେ ଓଲା ଇଲେକ୍ଟ୍ରିକର ପ୍ରତିଷ୍ଠାତା ଭାବିଶ ଅଗ୍ରଓ୍ଵାଲ ପ୍ରାୟ ୩.୮ କୋଟି ସେୟାର ବିକ୍ରି କରିବେ । ୯ ଅଗଷ୍ଟରେ ଉଭୟ ବମ୍ୱେ ଷ୍ଟକ ବଜାର ଏବଂ ନିଫ୍ଟିରେ ଓଲା ଇଲେକ୍ଟ୍ରିକ ଲିଷ୍ଟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଲା ପୁଞ୍ଜିବଜାରରେ ଲିଷ୍ଟ ହୋଇଥିବା ଦେଶର ପ୍ରଥମ ଦୁଇଚକିଆ ଇଭି କମ୍ପାନି ପାଲଟିବ ।

ଆଇପିଓ ଆଣିବା ଲାଗି ଗତ ମାସରେ ଓଲାର ପ୍ରସ୍ତାବକୁ ସେବି ମଞ୍ଜୁରି ଦେଇଥିଲା । କମ୍ପାନି କହିଛି ଯେ ଆଇପିଓ ଆୟର ଏକ ବଡ଼ ଅଂଶ ଏହାର ସେଲ୍ ଉତ୍ପାଦନ କାରଖାନାରେ କ୍ଷମତା ସମ୍ପ୍ରସାରଣ ଏବଂ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପକୁ ସମ୍ପ୍ରସାରଣ କରିବା ପାଇଁ ବ୍ୟବହାର କରିବ । ଆଇପିଓ ସେଲ୍ ଉତ୍ପାଦନ କ୍ଷମତା ବୃଦ୍ଧି ଏବଂ ଭବିଷ୍ୟତ ପ୍ରଯୁକ୍ତି ଏବଂ ଉତ୍ପାଦ ଉପରେ ଗବେଷଣା ଏବଂ ବିକାଶରେ ନିବେଶ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବ ।