ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚେୟାର୍ ଟେନିସ୍, ଉନ୍ମୋଚନ ହେଲା ଜର୍ସି

1 min read
Odisha Wheelchair Tennis Commence From 19th February

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚେୟାର୍ ଟେନିସ୍ । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୂଳ ଟେନିସ୍ ରିସୋର୍ଟରେ ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗ ନେବେ । ଇଣ୍ଡିଆନ୍ ହୁଇଲ୍ ଚେୟାର୍ ଟେନିସ୍ ଟୁର୍ (IWTT) ସହଯୋଗରେ ଗୁରୁକୁଳ ଟେନିସ୍ ରିସୋର୍ଟରେ ଚକେଲେଟ୍ ଗ୍ରୁପ ଦ୍ୱାରା ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି ।

Odisha Wheelchair Tennis Commence From 19th February

ଏହି କର୍ମଶାଳା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୧ ତାରିଖରେ ଏହି ହୁଇଲ୍ ଚେୟାର୍ ଟେନିସ୍ କର୍ମଶାଳା ଉଦଯାପିତ୍ ହେବାକୁ ଥିବା ବେଳେ ଆଗମୀ ଏକ ବର୍ଷ ଯାଏ କିନ୍ତୁ ଏହି ଗୁରୁକୁଳ ଟେନିସ୍ ରିସୋର୍ଟରେ ହୁଇଲ୍ ଚେୟାର୍ ଟେନିସ୍ ଟ୍ରେନିଂ କ୍ୟାମ୍ପ ଜାରି ରହିବ । ଏହି ପରିପ୍ରେକ୍ଷୀରେ ଆଜି ଇଣ୍ଡିଆନ୍ ହୁଇଲ୍ ଚେୟାର୍ ଟେନିସ୍ ଟୁର୍ (IWTT) ଓ ଚକଲେଟ୍ ଗ୍ରୁପ ଦ୍ୱାରା ଏକ ‘ଏମଓୟୁ’ ସ୍ୱାକ୍ଷର ମଧ୍ୟ ହୋଇଛି । ଏହାସହ ଏହି ଅବସରରେ ଜର୍ସି ଉନ୍ମୋଚନ ମଧ୍ୟ ହୋଇଛି ।

ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ ଓ ଚକଲେଟ୍ ଗ୍ରୁପର ଏହି ଉଦ୍ୟମ ଭିନ୍ନକ୍ଷମ ଟେନିସ୍ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଓ ଆଗକୁ ବଢ଼ିବା ସହ ଏଥିରେ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି । ଆଜିର ପ୍ରେସମିଟରେ ଇଣ୍ଡିଆନ୍ ହୁଇଲ୍ ଚେୟାର ଟେନିସ୍ ଟୁରର (IWTT) ଚେୟାର୍ ମ୍ୟାନ୍ ସୁନୀଲ ଜେନ୍, ପ୍ରୋଜେକ୍ଟ ହେଡ୍ ବିଜୟ ସୂର୍ଯ୍ୟ ନାରାୟଣ ଓ ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନଙ୍କ ସହ ଚେକଲେଟ୍ ଗ୍ରୁପର ଫାଉଣ୍ଡର ଚିନ୍ମୟ ପ୍ରଧାନ ଉପସ୍ଥିତ ରହିଥିଲେ ।

Leave a Reply