ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପରିବହନ ବିଭାଗର ପଦକ୍ଷେପ

1 min read

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ସଡ଼କ ସୁରକ୍ଷା । ଏନେଇ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଂଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ତିୱାରୀ ସ୍ୱାକ୍ଷର କରିଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଶହେରୁ ଅଧିକ ଅସୁରକ୍ଷିତ ସ୍ଥାନ ବା ବ୍ଲାକ ସ୍ପଟରେ ଦୁର୍ଘଟଣା ହ୍ରାସ କରିବା ଦିଗରେ କାମ କରିବ, ସୁପାରିସ କରିବ ଏବଂ ସାହାଯ୍ୟ କରିବ । ଯେଉଁଠାରେ ଗତ କିଛି ବର୍ଷ ମଧ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି ।

Road Accidental Death Increased By 64 Percentage After Lockdown
FILE PIC

ଆସନ୍ତା ୩ ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ମୃତ୍ୟୁକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ, ସଡ଼କ ସୁରକ୍ଷା ଆମ ପାଇଁ ଏକ ଉଚ୍ଚ ପ୍ରାଥମିକ କ୍ଷେତ୍ର ଅଟେ । ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ଆମେ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛୁ । ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହିତ ଏମଓୟୁ ଏକ ପ୍ରମୁଖ ପଦକ୍ଷେପ । ପ୍ରତିକାର ବ୍ୟବସ୍ଥା ପ୍ରସ୍ତାବିତ ଏବଂ କାର୍ଯ୍ୟକାରୀ ହେବା ପରେ ମୃତ୍ୟୁହାର ପ୍ରାୟ ୩୦ରୁ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସେହିପରି ଜୀବନ ରକ୍ଷା ପାଇଁ ପରିବହନ ବିଭାଗର ପ୍ରତିବଦ୍ଧତାକୁ ପ୍ରଶଂସା କରିଛି ସେଭ୍ ଲାଇଫ୍ ଫାଉଣ୍ଡେସନ ।

Leave a Reply