ପାଣି ଭିତରୁ ଶୁଭେଚ୍ଛା ବାର୍ତ୍ତା, ନଦୀ ସମୁଦ୍ରରେ ସୁଟିଂ ହେଲା ସ୍ବତନ୍ତ୍ର ଭିଡିଓ

1 min read

କଟକ: ଟିମ ଇଣ୍ଡିଆର ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ବିରାଟ କୋହେଲିଙ୍କୁ ୩୪ ତମ ଜନ୍ମଦିନର ଶୁଭେଚ୍ଛା । ଏବେ ଟି-ଟ୍ବେଣ୍ଟି ବିଶ୍ବକପରେ କୋହେଲି ଭଲ ଫର୍ମରେ ଥିବାରୁ ତାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ସବୀର ବକ୍ସ ଓ ତାଙ୍କ ଟିମ । କଟକର ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ୍ ପାଣିରେ ଆୟୋଜନ କରିଛନ୍ତି ଏକ ସୁନ୍ଦର ଶୁଭେଚ୍ଛା ଭିଡିଓ ।

ଗୋଆ ସମୁଦ୍ର ଓ କଟକ ମହାନଦୀରେ ଏହି ଶୁଭେଚ୍ଛା ଗୀତ ପ୍ରସ୍ତୁତ ହୋଇଛି । ଗୋଆରେ ସମୁଦ୍ରରେ ସବୀର ବକ୍ସଙ୍କ ଟିମ ପାଲଟଣା ବୋଟ୍ ବା ଉଇଣ୍ଡ ସର୍ଫିଙ୍ଗ ସାରଞ୍ଜମରେ ସୁଟିଙ୍ଗ କରିଛନ୍ତି ଏକ ସୁନ୍ଦର ଜନ୍ମଦିନ ଶୁଭେଚ୍ଛା ଭିଡିଓ । ଏହା ପରେ ଆଜି ମହାନଦୀର ଗଭୀର ଜଳରାଶିରେ ସୁଟିଙ୍ଗ ହୋଇଛି ଅଣ୍ଡର ୱାଟର ଭିଡିଓ ।