spot_img

Latest Posts

ରାଜ୍ୟରେ ୯ ଲକ୍ଷ ଡେଇଁଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩୪୦୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୪୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୪୩ଟି ମାମଲା ଆସିଥିବା ବେଳେ ୧୪୬୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ପାର୍ କରିଛି । ନୂତନ ୩୪୦୮ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୭୦କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪, ଭଦ୍ରକରୁ ୧୬୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୩୯ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୩ ହଜାର ୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩୨ ହଜାର ୭୦୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୮ ଲକ୍ଷ ୬୩ ହଜାର ୮୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Latest Posts

Don't Miss