ନୀରବତା ନୁହେଁ ଘରୋଇ ହିଂସାର ଶିକାର ହେଲେ ପୋଲିସକୁ ଜଣାନ୍ତୁ
ଭୁବନେଶ୍ୱର: ରାଜ୍ୟରେ ବଢିଛି ଘରୋଇ ହିଂସା । ସମସୁଖୀନ ହେଉଛନ୍ତି ମହିଳା । ପ୍ରତିବାଦ କଲେ ଜୀବନ ପ୍ରତି ରହୁଛି ବିପଦ । ସମାଜର କୁତ୍ସାରଟନା ଏବଂ ଭବିଷ୍ୟତର ଚିନ୍ତା କେଉଁଠି ନା କେଉଁଠି ମୁହଁ ଖୋଲିବାକୁ ମହିଳାଙ୍କୁ ମନା କରେ । ତେଣୁ ଘରୋଇ ହିଂସାର ସମ୍ମୁଖୀନ ହେଲେ ମଧ୍ୟ ଅଧିକାଂଶ ମହିଳା ନୀରବତା ଅବଲମ୍ବନ କରିଥାନ୍ତି ।
ଏହି ନୀରବତାକୁ ଭଙ୍ଗ କରିବାକୁ ପୋଲିସ ଚଳାଇଛି କ୍ୟାମ୍ପେନିଂ । ଘରୋଇ ହିଂସାର ଶିକାର ହେଉଥିବା ମହିଳା ଆଉ ନୀରବତା ନୁହେଁ, ଏଥର ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଛି ପୋଲିସ । ଓଡ଼ିଶା ପୋଲିସ ଏହି କ୍ୟାମ୍ପେନିଂକୁ ସୋସିଆଲ ମିଡିଆ ମାଧ୍ୟମରେ ଚଳାଇଛି । ଟ୍ୱିଟରରେ ପୋଲିସ ପକ୍ଷରୁ ପୋଷ୍ଟ କରାଯାଇ ମହିଳା ମାନଙ୍କୁ ନୀରବତା ଭଙ୍ଗ କରିବାକୁ କୁହାଯାଇଛି । ଏହା ସହ ଓଡ଼ିଶା ପୋଲିସ ଆପଣଙ୍କ ସେବାରେ ବୋଲି ମଧ୍ୟ ସ୍ଲୋଗାନ ରହିଛି ।