ଓଡ଼ିଶାରେ ପହଞ୍ଚିଲା ହାଇଦର, କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର । କଡ଼ା ସୁରକ୍ଷା ମଧ୍ୟରେ ହାଇଦରକୁ ଭବନେଶ୍ୱର ଅଣାଯାଇଛି । ଏହାପରେ ହାଇଦରକୁ କୋର୍ଟରେ କରାଯିବ ହାଜର କରାଯିବ । ହାଇଦର ଫେରାର ପଛରେ କାହାର ହାତ ଥିଲା ସେନେଇ ଜେରା କରିବ ପୋଲିସ । ତେଲେଙ୍ଗାନା ସାଙ୍ଗାରେଡ୍ଡିରୁ ଗତକାଲି ଗିରଫ ହୋଇଥିଲା ଗାଙ୍ଗଷ୍ଟର ହାଇଦର । ଗତକାଲି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ଦେଇଥିଲେ । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି ।

କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଥିଲା । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା । ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ତେଲଙ୍ଗାନା ପୋଲିସ ସହାୟତାରେ ଆଜି ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଖୁବଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯାଇ କୋର୍ଟରେ ପ୍ରଡ୍ୟୁସ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଗତ ୧୦ ତାରିଖରେ ହାଇଦର ଏସସିବିରୁ ଫେରାର୍ ପରେ ସମ୍ବଲପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହାଇଦର ସୁରକ୍ଷାରେ ନିୟୋଜିତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

Leave a Reply