କ୍ରୀଡ଼ାରେ ନବୀନ ଯୋଡୁଛନ୍ତି ସ୍ୱର୍ଣ୍ଣିମ ଫର୍ଦ୍ଦ

ଦେବୀପ୍ରସନ୍ନ ପାଣିଗ୍ରାହୀ, କ୍ରୀଡା ସାମ୍ବାଦିକ

ଭୁବନେଶ୍ୱର: ନିଆରା ରାଜନେତା ନବୀନ, ରାଜନୀତିରେ କୋଳାହଳ ଭିତରେ ମଧ୍ୟ ସେ କ୍ରୀଡ଼ାକୁ ଦେଇଛନ୍ତି ଅଧିକ ଗୁରୁତ୍ୱ । ଏଥିପାଇଁ ବିଶ୍ୱ ମାନଚିତ୍ରରେ  ଓଡିଶା ପାଲଟିଛି ବ୍ରାଣ୍ଡେଡ୍ ସ୍ପୋର୍ଟ୍ ହବ। ଭୁବନେଶ୍ୱରର ପାଇଛି ଦେଶର ପ୍ରମୁଖ ସେ୍ପାର୍ଟ୍ସ ଡେଷ୍ଟିନେସନର ମାନ୍ୟତା । ବଦଳିଛି  ରୂପରେଖ ଆଗେଇଛି ସମୃଦ୍ଧି, ଆଉ ଏହାରି ମଧ୍ୟରେ ଓଡ଼ିଶାକୁ ମିଳିଛି ନୂଆ ଏକ ପରିଚୟ ।

ଭୋକର ଭୁଗଳ ଓ ଗରିବର ଆତ୍ମଦାହ ଆଜି ଇତିହାସ ପାଲଟିଛି । କ୍ରୀଡ଼ା କ୍ଷେତ୍ରରେ ବିକାଶ କରୁଥିବା ଓଡ଼ିଶା ଏବେ ଭିନ୍ନ ଏକ ପରିଚୟରେ ଅଭିସିକ୍ତ । କ୍ରୀଡ଼ାକୁ ନେଇ ସାରା ବିଶ୍ୱରେ କ୍ଷାତି ଅର୍ଜନ କରିଛି ଓଡ଼ିଶା। ରାଜ୍ୟ ସରକାର ଅନେକ ଗେମ୍କୁ ପ୍ରଚାର ପ୍ରସାର କରିବା ସହ ସ୍ପୋର୍ଟ୍ସର ମାନ ବୃଦ୍ଧି କରିବାରେ ଲାଗି ପଡିଛନ୍ତି। ଅନେକ କ୍ରୀଡ଼ାକୁ ଶିଖରରେ ପହଞ୍ଚାଇଛି ଓଡ଼ିଶା ।

ସ୍ପୋର୍ଟ୍ସର ନୂଆ ହବ୍ ପାଲଟିଥିବା ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ସାରା ଦେଶରେ ଏବେ ଉଦାହରଣ ସୃଷ୍ଟି କରିଛି । ଅଳ୍ପ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ଏକ ନୂଆ ଅଧ୍ୟାୟ। ଲଗାତର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ହୋଷ୍ଟ କରି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜ ନାଁରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିପାରିଛି ଓ଼ଡ଼ିଶା ।

ଅନେକ ବଡ଼ ବଡ଼ ପ୍ରତିଯୋଗିତା ଓଡ଼ିଶା ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସା ଲାଭ କରିଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଗୋଟିଏ ପରେ ଗୋଟିଏ ପାଦ ବଢି ଚାଲିଛି। ଦିନ ଥିଲା ଓଡ଼ିଶା ସବୁ କ୍ଷେତ୍ରରେ ପଛୁଆ ରାଜ୍ୟ ଭାବେ ଜଣାଶୁଣା ଥିଲା। କ୍ରୀଡ଼ା କଥା କହିଲେ ନସରେ। ହେଲେ ଏବେ ଓଡ଼ିଶାର ଛବି ବଦଳିଯାଇଛି। ଓଡ଼ିଶାକୁ ନେଇ ରାଜ୍ୟବାସୀ ଏବେ ଗର୍ବ ଅନୁଭବ କରୁଛନ୍ତି। ଭିନ୍ନ ଭିନ୍ନ ଗେମକୁ ନେଇ ନେଇ କ୍ଷାତି ଅର୍ଜନ କରି ଚାଲିଛି ଓଡ଼ିଶା ।

ରାଜ୍ୟରେ ହକି ବିଶ୍ୱକପ ସାଙ୍ଗକୁ, ଜୁନିୟର ହକି ବିଶ୍ୱକପ, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍, ହକି ଚାମ୍ପିୟନ୍ସଟ୍ରଫି, ଏଫଆଇଏଚ୍ ପ୍ରୋ ହକି ଲିଗ୍, ଆଥଲେଟିକ୍ ମିଟ୍, ଏସିଆନ ରଗବୀ, ଆଇଏସଏଲ, ଏଚଆଇଏଲ,ଓ୍ୱାଲର୍ଡ ହକି ଲିଗ, ଅନ୍ତର୍ଜାତୀୟ ଟେବୁଲ ଟେନିସ, ଏସିଆନ୍ ରଗବୀ, ଖେଲୋ ଇଣ୍ଡିଆ ୟୁନିଭରସଟି ଗେମ୍ସ ଭଳି ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। କେବଳ ଏତିକି ନୁହେଁ ଫିଫା ଅଣ୍ଟର 17 ମହିଳା ଫିଫା ବିଶ୍ୱକପ ମଧ୍ୟ ଆୟୋଜନ କରିଛି ଓଡ଼ିଶା, ଏସବୁ ଆୟୋଜନ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରହିଛି ପ୍ରତ୍ୟେକ୍ଷ ଉଦ୍ୟମ ଓ ପ୍ରୋତ୍ସାହନ ।

ରାଉରକେଲା ଅନ୍ତର୍ଜାତୀୟ ଷ୍ଟାଡିୟମ

ରାଜ୍ୟସରକାର କ୍ରୀଡ଼ାର ପ୍ରଚାର ପ୍ରସାର ସହ ବିକାଶ ନେଇ ଅଣ୍ଟା ଭିଡିଛନ୍ତି। ଭିନ୍ନ ଭିନ୍ନ ସ୍ପୋର୍ଟ୍ସ ଇଭେଣ୍ଟର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହ ଅନେକ କମ୍ପାନୀ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି। ଭିନ୍ନ ବିନ୍ନ କ୍ରୀଡ଼ା ପାଇଁ ଭୁବନେଶ୍ୱରରେ ହାଇପର୍ଫରମାନ୍ସ ସେଣ୍ଟର ମଧ୍ୟ ନିର୍ମାଣ ହୋଇଛି। ସେପଟେ ହକିର ଲୋକପ୍ରିୟତା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ବୃଦ୍ଧି ପାଇଛି, ଏହାର ଶ୍ରେୟ କେବଳ ଓଡ଼ିଶାକୁ ଯିବ । ହକି ବିଶ୍ୱକପ ସହ ଅନେକ ବଡ଼ ବଡ଼ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଆୟୋଜିନ କରି ଓଡ଼ିଶା ସରକାର ହକିକୁ ଶିଖରରେ ପହଞ୍ଚାବାରେ ମୁଖ୍ୟ ଭୂମୀକା ଗ୍ରହଣ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମ. ଭୁବନେଶ୍ୱର

ବିଶ୍ୱର ନାମକରା ହକି ଖେଳାଳିଙ୍କ ପସନ୍ଦର ଷ୍ଟାଡିୟମ ପାଲଟିଛି କଳିଙ୍ଗ ଷ୍ଟାଡିୟମ୍ । ଭାରତୀୟ ପୁରୁଷ ଓ ମହିଳା ହକିର ଆଗାମୀ ୧୦ ବର୍ଷ ପାଇଁ ମୁଖ୍ୟ ପ୍ରାୟୋଜକ ମଧ୍ୟ ହୋଇଛି ଓଡ଼ିଶା। ଏହାରି ଭିତରେ କଳିଙ୍ଗରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରର ଏକ ବଡ଼ ପ୍ରତିଯୋଗିତା ହେବାକୁ ଯାଉଛି। କାହିଁକି ନା ଆସନ୍ତା ୨୦୨୩ରେ ଓଡିଶା ଲଗାତର ଦ୍ୱତୀୟ ଥର ପାଇଁ ହକି ବିଶ୍ୱକପ ହୋଷ୍ଟ କରିବାକୁ ଯାଉଛି । ଆଗମୀ ୨୦୨୩ ଜାନୁଆରୀ ୧୩ ତାରିଖରେ ରମ୍ଭ ହେବ ।

ଏଥର କଳିଙ୍ଗ ଷ୍ଟାଡ଼ିୟମ ସହ ରାଉରକେଲାରେ ବିଶ୍ୱକପ ଖେଳାଯିବ। ଏଥିପାଇଁ ବିଶ୍ୱର ସର୍ବବୃହତ୍ତ ହକି ଷ୍ଟାଡ଼ିୟମ ରାଉରକେଲରେ ନିର୍ମାଣ ହୋଇଛି। ଏହାସହ ହକି ଇଣ୍ଡିଆର କମାଣ୍ଡ ବର୍ତ୍ତମାନ ଜଣେ ଓଡ଼ିଆ ପୁଅ ହାତରେ ରହିଛି । ଓଡ଼ିଆ ପୁଅ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଏବେ ହକି ଇଣ୍ଡିଆର ସଭାପତି ଭାର ଗ୍ରହଣ କରିଛନ୍ତି। ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିବା ଓଡ଼ିଶାକୁ ଏବେ ସ୍ପୋର୍ଟ୍ସର ନୂଆ ଡେଷ୍ଟିନେସନର ଆଖ୍ୟା ମିଳିଛି।

କେବଳ ହକି କିମ୍ବା ଫୁଟବଲ ନୁହେଁ ସମସ୍ତ ଖେଳର କିପରି ବିକାଶ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଜରି ରହିଛି। ବଡ଼ ପ୍ରତିଯୋଗିତା ଆୟୋଜନ କରିବା ସହ ବିଭିନ୍ନ ଗେମ ପାଇଁ ଫ୍ରାଞ୍ଚାଇଜ କିଣି ଓଡ଼ିଶା ସବୁ ଗେମରେ ଆଗ୍ରଣୀ ଭୂମିକା ଗ୍ରହଣ କରିଛି। ପୂର୍ବରୁ ଏଚଆଇଏଲ, ଓଡ଼ିଶା ଏଫସି ଓଡ଼ିଶା କିଣିଥିବା ବେଳେ ନିକଟରେ ଭାରତର ପ୍ରଥମ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ପାଇଁ ଓଡ଼ିଶା ପକ୍ଷରୁ ଏକ ଫ୍ରାଞ୍ଚାଇଜ୍ କିଣାଯାଇଥିଲା ଯାହାର ନାଁ ରହିଥିଲା ‘ଓଡ଼ିଶା ଜଗରନଟ୍ସ, ।

ପୁନେରେ ଅନୁଷ୍ଠିତ ହୋଇଥିବା ଏହି ‘ଅଲ୍ଟିମେଟ୍ ଖୋ ଖୋ’ ର ପ୍ରଥମ ସଂସ୍କରଣରେ ମଧ୍ୟ ଓଡ଼ିଶା ଟ୍ରଫି ହାତେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା , ଓଡ଼ିଶା ଜଗରନଟ୍ସ’ର ଏହି ସଫଳତା ପରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ପୁରଶ୍କାର ରାଶି ପ୍ରଦାନ କରିଥିଲେ। ବିଗତ କିଛି ବର୍ଷ ଧରି କ୍ରୀଡ଼ା ଭିତ୍ତିଭୂମୀ ଓ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଗୋଟିଏ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ବଢୁଥିବା ବେଳେ ରାଜ୍ୟ ସରକାର କ୍ରୀଡ଼ାର ପ୍ରଚାର ପ୍ରସାର ସହ ବିକାଶ ନେଇ ଅଣ୍ଟା ଭିଡିଛନ୍ତି।

ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠି ଖେଳାଳିଙ୍କୁ କ୍ରୀଡ଼ାରେ ସାମିଲ ହେବା ପାଇଁ କେବଳ ପ୍ରତ୍ସାହନ ଯୋଗାଇଦିଆଯାଇ ନଥାଏ, ପ୍ରତ୍ସାହନ ସହ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନଙ୍କ ପାଇଁ ଆର୍ଥିକ ପୁରସ୍କାର ସହ ସରାକାରୀ ଚାକିରୀର ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ତ ଗେମର ଜାତୀୟ ପ୍ରତିଯୋଗିତାରେ ପଦକଧାରୀଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବାରେ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା ।