କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା
1 min read
ଭୁବନେଶ୍ୱର: ସଚିବ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୭ ବ୍ୟାଚର ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ । ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନର ଏମଡି ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ସେ ASRBର ଅତିରିକ୍ତ ଦାୟିତ୍ୱରେ ରହିବ ।
ସେହିଭଳି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ୧୯୯୧ ବ୍ୟାଚର ଆଇଏଏସ୍ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅନୁ ଗର୍ଗ । ଉଚ୍ଚଶିକ୍ଷା ବିଭାଗର ସଚିବ ୧୯୯୬ ବ୍ୟାଚର ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । OSSSCର ଅଧ୍ୟକ୍ଷ ଦାୟିତ୍ୱ ସହ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ।