ରାଜ୍ୟକୁ ପ୍ରବାସୀ ଶ୍ରମିକ ଫେରିବା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

କଟକ: ଲକଡାଉନ୍ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଫସି ରହିଛନ୍ତି । କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ସେଠାରେ ଚଳିବା ମୁସ୍କିଲ୍ । ଏପରି ସ୍ଥିତିରେ ସମସ୍ତେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି । ଏନେଇ ହାଇକୋର୍ଟରେ କରାଯାଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରାଯାଇଛି ।

ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଫେରିବାକୁ ଥିବା ପରାମର୍ଶଙ୍କ ନମୁନା ପ୍ରଥମେ ପରୀକ୍ଷା କରାଯିବ । ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି ମିଳିବ । ରିପୋର୍ଟ ପଜିଟିଭ୍ ଆସିଲେ, ସେହିଠାରେ ହିଁ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ ।

ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ

ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ସମାଜସେବୀ ନାରାୟଣ ଜେନାଙ୍କ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମାଲର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

Leave a Reply