କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ଟେଷ୍ଟିଂ ଓ ଭ୍ୟାକ୍ସିନେସନ ବଢ଼ାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଭ୍ୟାକ୍ସିନେସନ ବଢ଼ାଇବାକୁ ଦିଆଯାଉଛି ଫୋକସ । ଆବଶ୍ୟକସ୍ଥଳେ ହସପିଟାଲରେ ବେଡ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଥମ ଓ ଦ୍ବିତୀୟ ଲହରର ଯେପରି ସଫଳ ମୁକାବିଲା କରାଯାଇଥିଲା, ଏବେ ସେହିଭଳି ପଦକ୍ଷେପ ନିଆଯାଉଛି ।

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ତଦାରଖ କରୁଛନ୍ତି । ଓଏମସିଏଲକୁ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ କୋଭିଡ୍‌ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଦିନକରେ ୨୮ଜିଲ୍ଲା ଷ୍ଟେଟପୁଲରୁ ୮୧୬ପଜିଟିଭ ଚିହ୍ନଟ ହୋଇଥିବା ଖୋର୍ଦ୍ଧାରୁ ୨୧୮, ସୁନ୍ଦରଗଡ଼ରୁ ୧୪୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୬୦୦ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୫୯୧୧ ।