କୋଭିଡ୍ ଟେଷ୍ଟରେ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶା, ଦେଢ଼ କୋଟି ଟପିଲା ଟେଷ୍ଟିଂ
1 min readଭୁବନେଶ୍ୱର: କରୋନା ଟେଷ୍ଟରେ ଓଡ଼ିଶାର ରେକର୍ଡ । କୋଭିଡ୍ ଟେଷ୍ଟରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଧିକ ଟେଷ୍ଟିଂ ଓଡ଼ିଶାକୁ କୋଭିଡ୍ ବିରୋଧୀ ଯୁଦ୍ଧରେ ଶକ୍ତିଶାଳୀ କରିଛି ।
Glad to share that #Odisha has achieved the milestone of 1.5 Cr #COVID19 tests. Appreciate all our healthcare personnel for their tireless hard work in ramping up testing, strengthening Odisha's fight against the pandemic. #OdishaFightsCorona pic.twitter.com/HhXEiIhIdf
— Naveen Patnaik (@Naveen_Odisha) July 18, 2021
ରାଜ୍ୟରେ ଦୈନିକ ୭୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟିଂ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୧୫ଟି ସଂକ୍ରମିତ ମାମଲା ଆସିଥିବା ବେଳେ ୨୪୦୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୨୧ ହଜାର ୨୮୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡରେ ୫ ହଜାର ୫୮ ଜଣ ପ୍ରାଣ ହରାଇଛନ୍ତି ।