ବିଦେଶରେ ମହକୁଛି ଓଡ଼ିଶା ଫୁଟବଲ ପ୍ଲେୟାର ରୂପଶ୍ରୀଙ୍କ ପ୍ରତିଭା

1 min read

ସୁନ୍ଦରଗଡ଼: ଗାଁରୁ ବାହାରି ବିଦେଶରେ ଦେଶ ଓ ରାଜ୍ୟର ନାଁ ଉଚ୍ଚ କରୁଛନ୍ତି ଓଡ଼ିଶାର କୁନି ଫୁଟବଲ୍ ତାରକା ରୂପଶ୍ରି ମୁଣ୍ଡା । ରାଷ୍ଟ୍ରୀୟ ଚାମ୍ପିଆନସିପରେ ପ୍ରତିଭା ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ତହସିଲ ହଟିଂ ଗାଁର ରୂପଶ୍ରୀ ମୁଣ୍ଡା । ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ରହି ନିଜ ଫୁଟବଲ ଦକ୍ଷତାକୁ କରୁଛନ୍ତି ଆହୁରି ଶାଣିତ ।

ନେପାଳରେ ଆୟୋଜିତ ସାଫ୍ ଚାମ୍ପିଆନସିପ ଖେଳିବାକୁ ଯାଇଥିବା ଭାରତୀୟ ଦଳର ସଦସ୍ୟା ଥିଲେ ୧୪ ବର୍ଷିୟା ରୂପଶ୍ରୀ । ତୀବ୍ର ପ୍ରତିଦ୍ଵନ୍ଦିତାପୂର୍ଣ୍ଣ ଫାଇନାଲରେ ଭାରତ ପେନଲ୍ଟି ସୁଟ୍ଜଆଉଟରେ ବାଂଲାଦେଶ ଠାରୁ ଗୋଟିଏ ଗୋଲ୍ ବ୍ୟବଧାନରେ ହାରି ଉପ-ବିଜେତା ହୋଇଛି । ଦଳ ସିନା ଉପ-ବିଜେତା ହୋଇଛି ହେଲେ ରୂପଶ୍ରୀଙ୍କ କ୍ରୀଡା ପ୍ରତିଭାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରୂପଶ୍ରୀ କେବଳ ଏହି ସାଫ୍ ଗେମ୍ ନୁହେଁ, ଜୁନିୟର ନ୍ୟାସନାଲରେ ପ୍ଲେଇଂ ଇଲେଭେନର ବି ଅଂଶ ଥିଲେ । ପରେ ଇଣ୍ଡିଆ ଟିମ୍ ପାଇଁ ମନୋନୀତ ହୋଇ ପ୍ରଥମ ଥର ପାଇଁ ଅଣ୍ଡର ୧୬ ସାଫ୍ ଗେମରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ । ନେପାଳ, ଭୁଟାନକୁ ପରାସ୍ତ କରି ବାଙ୍ଗଲାଦେଶ ଠାରୁ ପରାସ୍ତ ହୋଇ ଦଳ ଉପ-ବିଜେତା ହୋଇଥିଲା । ଆଗାମୀ ଦିନରେ ସେ ସିନିୟର ଭାରତୀୟ ଦଳକୁ ପ୍ରତିନିଧିତ୍ଵ କରିବା ପାଇଁ ସ୍ୱପ୍ନ ରଖିଛନ୍ତି ।

ରୂପଶ୍ରୀ ସାଫ୍ ଗେମ୍ ଖେଳି ଉପ-ବିଜେତା ହୋଇ ଆସିବା ପରେ ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ତାଙ୍କୁ ସ୍ୱାଗତ କରିବା ସହିତ ସେଲିବ୍ରେସନ କରିଛନ୍ତି ତାଙ୍କ ସହଯୋଗୀ ।