Odisha Corona Updates: ସଂକ୍ରମଣ ମାତ୍ରା କମୁଛି, ଆଜି ଚିହ୍ନଟ ହେଲେ ୧୯୮୨ ସଂକ୍ରମିତ…

1 min read

ଭୁବନେଶ୍ୱର: ରାଜ୍ୟରେ ଆଜି ସମୁଦାୟ୧୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟକୁ କ୍ୱାରେଣ୍ଟାଇନରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୮୨୬ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି । ଖୋର୍ଦ୍ଧାରୁ ୩ଶହ, କଟକରୁ ୧୪୫, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୮୬, ସୁନ୍ଦରଗଡ଼ରୁ ୯୮, ବଲାଙ୍ଗିରରୁ ୮୮ ଓ ମୟୁରଭଞ୍ଜରୁ ୧୦୭ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ କମିବାରେ ଲାଗିଛି । ତେବେ ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଆସୁଛି ।ଏଯାବତର ଟେଷ୍ଟିଂ ସଂଖ୍ୟା ୪ ଲକ୍ଷ ୮୨ ହଜାର ୬୩ ରହିଛି । ଏମାନଙ୍କ ମଧ୍ୟରୁ ସମୁଦାୟ ସଂକ୍ରମିତ ୨ ଲକ୍ଷ ୭୦ ହଜାର ୩୪୬ । ସେହିଭଳି ୨୨ ହଜାର ୩୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ ସଂକ୍ରମଣ କ୍ଷେତ୍ରରେ ଭୁବନେଶ୍ୱର ପୂର୍ବରୁ ଏକ ନମ୍ୱର ଥିବା ବେଳେ ଏବେ ସ୍ଥାନ ବଜାୟ ରଖିଛି । ମାତ୍ର ପୂର୍ବ ସଂକ୍ରମଣ ତୁଳନାରେ ରାଜଧାନୀର ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ହୋଇଛି । ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ସଂକ୍ରମଣ ଗତ ୧୫ ଦିନ ତଳେ ଦିନକୁ ପାଖାପାଖି ୪ ହଜାର ସଂକ୍ରମିତ ଚିହ୍ନଟ ହେଉଥଇଲେ । ଏବେ ଏହି ସଂଖ୍ୟା ଖସି ଆସି ୨ ହଜାରରେ ପହଞ୍ଚିଛି । ସେହିଭଳି ରାଜଧାନୀରେ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣକୁ ଫେରୁଛି  ।

Leave a Reply