Odisha Corona Updates: ଆଜି ୧୭୯୩ ସଂକ୍ରମିତ ଚିହ୍ନଟ, ୧୮ ଜଣ ମୃତ

2 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ସ୍ଥିତି ନିୟନ୍ତ୍ରଣକୁ ଫେରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ୭୬୨ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗିରରୁ ୭୬, କଟକରୁ ୧୬୦, ଜଗତସିଂହପୁରରୁ ୫୨,  ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୪୫, କେନ୍ଦ୍ରାପଡାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦୁଝରରୁ ୬୩, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡରୁ ୩୪, ନୂଆପଡାରୁ ୮୪ ଓ ସୁନ୍ଦରଗଡରୁ ୯୯ ଜଣ ସଂକ୍ରମିତ ରହିଛନ୍ତି  ।

ତେବେ ଆଜି କରୋନା ସଂକ୍ରମଣକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୭୭ରେ ପହଞ୍ଚିଥିବା ବେଳେ ଏବେ ରାଜ୍ୟରେ ୧୯ ହଜାର ୫୭୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ୨ ଲକ୍ଷ ୫୭ ହଜାର ୪୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଅନ୍ୟପକ୍ଷରେ ଟେଷ୍ଟିଂ ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଯାବତ୍ ରାଜ୍ୟରେ ୪୨ ଲକ୍ଷ ୪୦ ହଜାର ୨୪୧ ଜଣଙ୍କର କରୋନା ଟେଷ୍ଟିଂ ହୋଇସାରିଛି ।

ତେବେ ରାଜ୍ୟରେ ସଂକ୍ରମଣରେ ଶୀକାର ହୋଇ ଆଜି ୧୮ ଜଣ ମୃତ୍ୟୁବରଣ କରିଥିବାର ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ ୩୫ ବର୍ଷୀୟ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଜପତିରୁ ୩ ଜଣ, ଖୋର୍ଦ୍ଧାରୁ ୩, ଭଦ୍ରକରୁ ଜଣେ, ଯାଜପୁରରୁ ୨, ଢେଙ୍କାନାଳରୁ ଜଣେ, ମୟୁରଭଞ୍ଜରୁ ୧, ମାଲକାନଗିରିରୁ ୨, ନବରଙ୍ଗପୁରରୁ ଜଣେ ଓ ପୁରୀରୁ ଜଣେ ରହିଛନ୍ତି ।

 

 

Leave a Reply